🗂 Crime | 🕒 25 Jul 2025, 14:09 IST
ପୁରୀ କାକୁଡିଖାଇ ଛକ ବୁଢୀମା ମନ୍ଦିର ନିକଟରେ ଦାଦାବଟି ଆଦାୟ ଅଭିଯୋଗରେ ଟାଉନ ଥାନା ଦ୍ୱାରା ଦୁଇ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଦ୍ବୟ ହେଲେ ଲୋକନାଥ ରୋଡ ଛପନ ଛକ ଠାରେ ରହୁଥିବା ଟାଉନ ଥାନା ଅନ୍ତର୍ଗତ ବାଣୁଆ ଗଳିର ଚନ୍ଦନ ଓରଫ ଚିନ୍ମୟ ଦାସ 38 ଓ ମାର୍କଣ୍ଡେୟ ପୁଷ୍କରିଣୀ ନିକଟର କାହ୍ନା ସାହୁ 23 l ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଛୁରୀ, ୩ ହଜାର ୩୫୦ ଟଙ୍କା ଜବତ କରାଯାଇଛି l ଗତକାଲି ରାତ୍ରରେ ଅଭିଯୁକ୍ତ ଦ୍ବୟ ପଥଚାରୀଙ୍କ ନିକଟରୁ ଦାଦାବଟି ଆଦାୟ କରୁଥିବା ନେଇ ପୁଲିସ ଗିରଫ କରିଥିଲା l 313/2025 ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା l
No comments yet.