🗂 Health | 🕒 26 Jul 2025, 15:23 IST
ପୁରୀ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟର ଅପାରଗତା ପଦାରେ ପଡ଼ିବାରେ ଲାଗିଛି ।ବାରମ୍ବାର କାୟାକଳ୍ପ ମେଡିକାଲ କୁ ପରିଭ୍ରମଣରେ ଆସି ମେଡିକାଲ ର ସ୍ଥିତି ଯେତେ ସୁଧାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ପରିବର୍ତ୍ତନ ହେବାର ନାଁ ଧରୁନି ।ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଉପରେ ପୁରୀ ଜିଲ୍ଲାର ଲକ୍ଷାଧିକ ଜନସାଧାରଣ ନିର୍ଭର କରୁଥିବା ବେଳେ ପ୍ରତେକ୍ ଦିନ ହଜାର ହଜାର ରୋଗୀ ଚିକିତ୍ସା ନିମନ୍ତେ ଆସିଥାନ୍ତି । ରୋଗୀ ମାନଙ୍କ ସୁବିଧା ଦୃଷ୍ଟିରୁ ଜରୁରୀ କାଳୀନ ସେବା ନିମନ୍ତେ ବହିର୍ବିଭାଗ ମଧ୍ୟରେ ୩ ଜଣ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ହେଲେ କିଛି ବାହୁବଳୀ ଡାକ୍ତର ଠିକ୍ ସମୟରେ ମେଡିକାଲ କୁ ଆଶୁ ନାହାନ୍ତି ଫଳରେ ରୋଗୀ ମାନଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି ।କିଛି ରୋଗୀ ବିରକ୍ତି ହୋଇ ସୁରକ୍ଷାକର୍ମୀ ଙ୍କୁ ମଧ୍ୟ ଗାଳି ଗୁଲଜ କରିବାକୁ ଲାଗୁଛନ୍ତି ।ଏଭଳି ସମସ୍ୟା କୁ ନେଇ ଆମେ ସଦର ମୁଖ୍ୟ ଚିକିତ୍ସାଳୟ ର ପରିଚାଳକ ଅନ୍ମୋଲ ମହାନ୍ତି ଙ୍କ ସହ ଯୋଗାଯୋଗ କରିଥିଲୁ ବାରମ୍ବାର ଏଭଳି ଅଭିଯୋଗ ସାମ୍ନାକୁ ଆସିଛି କେଉଁ ଡାକ୍ତର ସେଠାରେ କାର୍ଯ୍ୟରତ ଅଛନ୍ତି ତାଙ୍କ ସହ ଯୋଗାଯୋଗ କରୁଛି ,ଖୁବ୍ ଶୀଘ୍ର ଏହି ସମସ୍ୟା କୁ ସମାଧାନ କରିବାକୁ ଚେଷ୍ଟା କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
No comments yet.