🗂 Local | 🕒 27 Jul 2025, 20:14 IST
ପୁରୀ ପୁଣି ସମୁଦ୍ର ସ୍ନାନ ନେଲା ଜୀବନ ।ପୁରୀ ବୁଲିବାକୁ ଆସି ସମୁଦ୍ରରେ ସ୍ନାନ କରୁଥିବାବେଳେ ସମୁଦ୍ରରେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି l ମୃତ ପର୍ଯ୍ୟଟକ ଜଣକ ଛତିଶଗଡ ଦୂର୍ଗ ଅଞ୍ଚଳର ମୁକେଶ ଗୁପ୍ତା 26 l ରବିବାର ମଧ୍ୟାହ୍ନରେ ମୁକେଶ ଅନ୍ୟ ସାଙ୍ଗଙ୍କ ସହ ଚକ୍ରତୀର୍ଥ ସମୁଦ୍ରରେ ସ୍ନାନ ବେଳେ ଲହଡ଼ିରେ ଭାସିଯାଇ ବୁଡି ଯାଇଥିଲେ l କିଛି ସମୟ ପରେ ମୁକେଶଙ୍କୁ ଉଦ୍ଧାର କରାଯାଇ ମେଡିକାଲ ଅଣାଯିବାରେ ଡାକ୍ତର ମୃତ ଘୋଷଣା କରିଥିଲେ l ସମୁଦ୍ରକୂଳ ଥାନା ପୁଲିସ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲେ l
No comments yet.