🗂 Local | 🕒 28 Jul 2025, 20:28 IST
ପୁରୀ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ବ୍ରହ୍ମଗିରି ଓ ପୁରୀ ସଦର ବ୍ଲକ ଚାଷୀ କୁଳର ସମସ୍ୟା ନେଇ ଆଜି ବ୍ରହ୍ମଗିରି ଓ ପୁରୀ ସଦର ବ୍ଲକ ଚାଷୀ ଭାଇ ମାନଙ୍କ ତରଫରୁ ଶହ ଶହ ଚାଷୀ ଧାନ ବୋଝେଇ ଟ୍ରାକ୍ଟରେ ଧାନ ଧରି ବ୍ରହ୍ମଗିରି ଢ଼ାବା ଛକ ଠାରୁ ସକାଳ ୧୧. ୩୦ ମିନିଟ୍ ସମୟରେ ଆନ୍ଦୋଳନ ଆରମ୍ଭ କରି ମଧ୍ୟାହ୍ନ ୧. ୩୦ ମିନିଟ୍ ସମୟରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିଥିଲେ।
ଏହି ଆନ୍ଦୋଳନରେ ବ୍ରହ୍ମଗିରି ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ସ୍ଵାଇଁ ବ୍ରହ୍ମଗିରି ଢ଼ାବା ଛକ ଠାରୁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆନ୍ଦୋଳନ ପରିଚାଳନା କରିଥିଲେ।
ପୂର୍ବତନ ମନ୍ତ୍ରୀ ଶ୍ରୀ ଦାସବର୍ମା କହିଛନ୍ତି ବ୍ରହ୍ମଗିରି ହେଉଛି ଏକ କୃଷି ପ୍ରଧାନ ଅଞ୍ଚଳ। ବ୍ରହ୍ମଗିରି ରେ ପ୍ରାୟ ୭୦ ପ୍ରତିଶତ ଲୋକ ଧାନ ଚାଷ ଉପରେ ନିର୍ଭର କରନ୍ତି। ବ୍ରହ୍ମଗିରି ର ଚାଷୀ ତାର ସଂସାର କୁ ନେଇ ସ୍ଵପ୍ନ ଦେଖେ ଏବଂ ପରିବାର ପ୍ରତିପୋଷଣ କରେ।
ଗତ ରବି ରୁତୁ ରେ ଚାଷୀ ମାନଙ୍କର ସମସ୍ତ ବଳକା ଧାନ କିଣିବା ପାଇଁ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା। ଚାଷୀ ମାନେ ସେହି ଅନୁସାରେ ସମସ୍ତ ସେବା ସମବାୟ ସମିତିରେ ସରକାରୀ ନୀୟମ ମୁତାବକ ପଞ୍ଜିକରଣ କରିଥିଲେ।
ପଞ୍ଜିକରଣ ଅନୁସାରେ ଚାଷୀମାନଙ୍କ ପାଇଁ ଟାର୍ଗେଟ ଫିକ୍ସ ହୋଇଥିଲା ଏବଂ ଟାର୍ଗେଟ ଅନୁଯାୟୀ ଚାଷୀମାନଙ୍କୁ ଟୋକନ ମଧ୍ୟ ପ୍ରଦାନ କରାଯାଇଥିଲା। କିନ୍ତୁ ଏ ସରକାର ଟାଳଟୁଳ ନୀତି ଅବଲମ୍ବନ କରି ସେବା ସମବାୟ ସମିତି ଗୁଡିକୁ ନିର୍ଦ୍ଧାରିତ ସମୟରେ ଟାର୍ଗେଟ ନଦେଇ ଚାଷୀ ମାନଙ୍କ ସହ ଖେଳ ଖେଳିଲେ ଏବଂ ଯାହା ଟାର୍ଗେଟ ଦିଆଯାଇଥିଲା ତହା ବିଭିନ୍ନ ପର୍ଯ୍ୟାୟରେ ଦିଆଗଲା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଚିନ୍ତାଜନକ ବିଷୟ ଧାନ ସଂଗ୍ରହ ଅବଧି ଜୁନ ମାସ ୩୦ ତାରିଖ ରାତି ୧୨ ଘଟିକା ସମୟରେ ଶେଷ ହେଉଥିବା ବେଳେ ରାତି ୯ ଟା ୪୫ ମିନିଟ୍ ସମୟରେ ବ୍ରହ୍ମଗିରି ଏବଂ ପୁରୀ ସଦର ବ୍ଲକର ସମସ୍ତ ପ୍ରାଥମିକ ସେବା ସମବାୟ ସମିତି ଗୁଡିକୁ ଟାର୍ଗେଟ ପ୍ରଦାନ କରାଗଲା। ଯାହା ଫଳରେ ସମସ୍ତ ପଞ୍ଜିକୃତ ହୋଇଥିବା ଚାଷୀ ଭାଇ ମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହିତ ଏକ ବିଷମ ପରିସ୍ଥିତି ସୃଷ୍ଟି ହୋଇଥିଲା। ବର୍ତ୍ତମାନ ସୁଦ୍ଧା ପଞ୍ଜିକୃତ କରିଥିବା ପ୍ରାୟ ୫୦ ପ୍ରତିଶତ ଚାଷୀ ନିଜର ଉତ୍ପାଦିତ ଧାନ ସରକାରୀ ବ୍ୟବସ୍ଥାରେ ବିକ୍ରି କରିବାରୁ ବଞ୍ଚିତ ହୋଇଛନ୍ତି। ଏହି କଥା ମଧ୍ୟ ପୁରୀ ଜିଲ୍ଲା ସମବାୟ ଅଧିକାରୀ (DRCS) ଓ ଜିଲ୍ଲା ଯୋଗାଣ ଅଧିକାରୀ (DCSO) ଙ୍କ ଠାରୁ ସ୍ପଷ୍ଟ ଭାବରେ ଅବଗତ ହୋଇପାରିବେ। ଯେତିକି ଟାର୍ଗେଟ ଦେଲେ ତାହାକୁ ମିଲର ମାନେ ଠିକ ସମୟରେ ନ ଉଠେଇବାରୁ ଚାଷୀ ମାନେ ପାଇଥିବା ଟୋକନ ଲାପ୍ସ ହେଲା। ଏ ବାବଦରେ ବ୍ରହ୍ମଗିରି ର ସମସ୍ତ ଚାଷୀ କୁଳ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ। ଏହି ସମୟରେ ମାନ୍ୟବର ଖାଦ୍ୟ ଯୋଗାଣ ମନ୍ତ୍ରୀ ବ୍ରହ୍ମଗିରି ରାସ୍ତାରେ ଆଶି ବିଭିନ୍ନ ମଣ୍ଡି ପରିଦର୍ଶନ କରି ଚାଷୀ ମାନଙ୍କର ସମସ୍ତ ବଳକା ଧାନ କିଣା ଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଚାଷୀ ମାନେ ମନ୍ତ୍ରୀଙ୍କ ପ୍ରତିଶୃତି ପାଇ ମଣ୍ଡିରେ ଧାନ ଥୋଇ ଏ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ମଧ୍ୟ ସମ୍ବେଦନହୀନ ସରକାର ପ୍ରତିଶ୍ରୁତି ମୁତାବକ ଧାନ କିଣିଲେ ନାହିଁ। ଯାହା ଫଳରେ ବ୍ରହ୍ମଗିରି ର ହଜାର ହଜାର ଚାଷୀ କୁଳ କ୍ଷତିଗ୍ରସ୍ତ ହେବା ସହ ମଣ୍ଡିରେ ଧାନ ରଖି କାନ୍ଦୁଛନ୍ତି। ଚାଷୀ ମାନଙ୍କ ର ସମସ୍ତ ସ୍ଵପ୍ନ ଧୂଳିସାତ ହୋଇଛି, ତାଙ୍କର ଗଛିତ ଧାନ କୁ କଣ କରିବେ ସେ ନେଇ ଗଭୀର ଚିନ୍ତାରେ ପଡ଼ିଛନ୍ତି।
ଏଣୁ ଆମେ ବ୍ରହ୍ମଗିରି ଏବଂ ପୁରୀ ସଦର ବ୍ଲକର ସମସ୍ତ ଚାଷୀ କୁଳ ତରଫରୁ ଅନୁରୋଧ କରୁଅଛୁକି ଆପଣ ଆମ୍ଭ ଉପରୋକ୍ତ ସମସ୍ୟା ପ୍ରତି ସମ୍ବେଦନଶୀଳ ହୋଇ ଆମ୍ଭ ମାନଙ୍କ ଦାବିକୁ ଗ୍ରହଣ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ଦାସବର୍ମା।
୧. ଚାଷୀ ମାନଙ୍କର ପଞ୍ଜିକରଣ ମୁତାବକ ସମସ୍ତ ଧାନ କିଣାଯାଉ ନଚେତ ଚାଷୀ ମାନଙ୍କୁ କ୍ଷତିପୂରଣ ଦିଆଯାଉ।
୨. ଖରିଫ ଧାନ କ୍ରୟ କରିବା ପାଇଁ ନୂଆ ପଞ୍ଜିକରଣ ପଲିସିକୁ ବାତିଲ କରି ପୁରୁଣା ପଦ୍ଧତିରେ ଧାନ କ୍ରୟ କରାଯାଉ।
୩. ବ୍ରହ୍ମଗିରି ର ସମସ୍ତ କେନାଲ ଓ ନଦୀ ସଫେଇ ସହିତ ରାଜଦଳ ମୁକ୍ତ କରାଯାଉ।
ଏହି ଆନ୍ଦୋଳନରେ ବ୍ରହ୍ମଗିରି ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ସ୍ଵାଇଁ, ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ବପ୍ନାରାଣୀ ସ୍ଵାଇଁ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନବାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଳାଇ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ଵର ସାହୁ, ପୁରୀ ସଦର ବ୍ଲକ ଉପାଧ୍ୟକ୍ଷଙ୍କ ପ୍ରତିନିଧି ନିରଞ୍ଜନ ପରିଡ଼ା, ଭାଇଲପୁର ସମିତି ସଭ୍ୟ କାର୍ତ୍ତବୀର୍ଯ୍ୟ ସ୍ଵାଇଁ, ସରପଞ୍ଚ ରମେଶ ପ୍ରଧାନ, ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ଷଡ଼ଙ୍ଗୀ, ଚାଷୀ ନେତା ଭଗବାନ ନାୟକ, ପ୍ରଫୁଲ୍ଲ ଜେନା, ସୁର ପ୍ରସାଦ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ, ଯୁଧିଷ୍ଠିର ନାୟକଙ୍କ ସମେତ ହଜାର ହଜାର ଚାଷୀ ଉପସ୍ଥିତ ଥିଲେ।
No comments yet.