ଚନ୍ଦନପୁର ଥାନା ଦ୍ୱାରା ଦୁଇ ଗିରଫ ସହ କୋର୍ଟ ଚାଲାଣ ଦେଶୀ ବନ୍ଧୁକ ସହ 550 ଟଙ୍କା ଜବତ - NILACHALA SAMACHAR
Article Image

ଚନ୍ଦନପୁର ଥାନା ଦ୍ୱାରା ଦୁଇ ଗିରଫ ସହ କୋର୍ଟ ଚାଲାଣ ଦେଶୀ ବନ୍ଧୁକ ସହ 550 ଟଙ୍କା ଜବତ

🗂 Local | 🕒 29 Jul 2025, 17:01 IST

ପୁରୀ ଭାର୍ଗବୀ ନଦୀ ଜେନା ସାହି ଛକ ନିକଟରେ ଦାଦାବଟି ଆଦାୟ ଅଭିଯୋଗରେ ଚନ୍ଦନପୁର ଥାନା ଦ୍ୱାରା ଦୁଇ ଗିରଫ ସହ କୋର୍ଟ ଚାଲାଣ l ଦେଶୀ ବନ୍ଧୁକ ସହ 550 ଟଙ୍କା ଜବତ କରାଯାଇଛି l ଅଭିଯୁକ୍ତ ଦ୍ବୟ ହେଲେ ଚନ୍ଦନପୁର ଥାନା ଅନ୍ତର୍ଗତ ଜେନାସାହିର ଦେବୁଲା ଓରଫ ଦେବରାଜ ନାୟକ 24 ଓ କାପ୍ତେଶ୍ୱରର ପୁପା ଓରଫ ଅସିତ ମଲ୍ଲିକ 24 l ଗତକାଲି ଚନ୍ଦନପୁର ଥାନା ପୁଲିସ ପାଟ୍ରୋଲିଙ୍ଗ କରୁଥିବା ବେଳେ ଅଭିଯୁକ୍ତ ଦ୍ବୟ ବନ୍ଧୁକ ଦେଖାଇ ଭୟଭୀତ କରି ଦାଦାବଟି ଆଦାୟ କରୁଥିବା ନେଇ ପୁଲିସ ଖବର ପାଇ ଚଢ଼ାଉ କରିଥିଲା l ପରେ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରାଯାଇ ଦେଶୀ ବନ୍ଧୁକ ଜବତ କରାଯାଇଥିଲା l 161/2025 ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା l


💬 Leave a Comment

🗨️ Approved Comments

No comments yet.

🔗 Share this article: