🗂 Local | 🕒 29 Jul 2025, 22:00 IST
ଆଜି ବିଶ୍ଵ ବ୍ୟାଘ୍ର ଦିବସ । ଏହି ଅବସରରେ ବାଘଙ୍କ ସୁରକ୍ଷା ପାଇଁ ବାଲୁକା ଚିତ୍ରକଳାରେ ସଚେତନତା ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । WWF-ଇଣ୍ଡିଆ ଓ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସହଯୋଗରେ ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ଏକ ବାଲୁକା ଚିତ୍ରକଳା କରାଯାଇଛି । ଏହି ବାଲୁକାକଳାକୃତିର ବିଷୟବସ୍ତୁ ରହିଛି
ସୁଦର୍ଶନ ପଟ୍ଟନାୟକ କହିଛନ୍ତି, 'ପରିବେଶଗତ ସନ୍ତୁଳନ ବଜାୟ ରଖିବାରେ ବାଘର ବହୁତ୍ ଅବଦାନ ରହିଛୁ । ମଣିଷ ମାନେ ବାଘକୁ ସୁରକ୍ଷା ଦେବା ପାଇଁ ଏହି ବାଲୁକା ଚିତ୍ରକଳାରେ ବାର୍ତ୍ତା ଦିଆଯାଇଛି। ବାଲୁକା ଚିତ୍ର କଳାରେ 50ଟି ଛୋଟିଆ ବ୍ୟାଘ୍ର ସହ ଏକ ବିରାଟ 20 ଫୁଟର ବାଲିରେ ବ୍ୟାଘ୍ର ନିର୍ମାଣ ହୋଇଛି। ବାଘ କେବଳ ଶକ୍ତିର ପ୍ରତୀକ ନୁହେଁ ବରଂ ଏହା ଆମର ପରିବେଶର ରକ୍ଷକ ଏବଂ ଏହା ଆମର ଇକୋସିଷ୍ଟମର ରକ୍ଷକ ଭାବରେ କାର୍ଯ୍ୟ କରେ।
ଏହି ଆକର୍ଷଣୀୟ ବାଲୁକାକଳାକୁ ଦେଖିବାକୁ ବେଳାଭୂମିରେ ପର୍ଯ୍ୟଟକଙ୍କ ସମେତ ପୁରୀ ବନଖଣ୍ଡ ଅଧିକାରୀ ( DFO) ଓ ପରିବେଶପ୍ରେମୀଙ୍କ ଭିଡ ଦେଖିବାକୁ ମିଳିଛି ।ଏହି ବାଲୁକାକଳାରେ ପ୍ରାୟ 10ଟନ୍ ବାଲି ବ୍ୟବହାର ହୋଇଥିବା ବେଳେ ହୋଇଥିବା ବେଳେ ଏହାକୁ ନିର୍ମାଣ କରିବାକୁ ପ୍ରାୟ 3 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଲାଗିଥିଲା।
No comments yet.