ମନ୍ଦିରରେ ପଡିଲା ରକ୍ତ : ଶ୍ରୀଜିଉଙ୍କ ହେବ ବଡ଼ ମହାସ୍ନାନ, ବନ୍ଦ ରହିବ ସାଧାରଣ ଦର୍ଶନ - NILACHALA SAMACHAR
Article Image

ମନ୍ଦିରରେ ପଡିଲା ରକ୍ତ : ଶ୍ରୀଜିଉଙ୍କ ହେବ ବଡ଼ ମହାସ୍ନାନ, ବନ୍ଦ ରହିବ ସାଧାରଣ ଦର୍ଶନ

🗂 Local | 🕒 29 Jul 2025, 22:13 IST

ପୁରୀ ଆଜି ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ହେବ ବୋଲି ଜଣାଯାଇଛି | ଆଜି ଜଣେ ସୁଆର ବଡୁ ସେବକ ଆହତ ହେବାରୁ ଶ୍ରୀମନ୍ଦିରରେ ରକ୍ତ ପଡିଥିଲା | ଜଣେ ସୁଆର ବଡ଼ୁ ସେବକ ଶ୍ରୀଜୀଉଙ୍କ ଫୁଲ ସଜାଇବାକୁ ଯାଉଥିବା ବେଳେ ପଡି ଯାଇଥିଲେ | ଫଳରେ ତାଙ୍କ ଦେହ ଖଣ୍ଡିଆ ହୋଇ ମନ୍ଦିରରେ ରକ୍ତ ପଡିଥିଲା | ଯେଉଁଥି ପାଇଁ ସଂଗେ ସଂଗେ ଦର୍ଶନ ବନ୍ଦ କରାଯାଇଥିଲା | ସେଥିପାଇଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ନୀତି କରାଯିବ | ମହାସ୍ନାନ ନୀତି ଅନୁଷ୍ଠିତ ହେବା ଯୋଗୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଜଣାଯାଇଛି |

💬 Leave a Comment

🗨️ Approved Comments

No comments yet.

🔗 Share this article: