ବଳଙ୍ଗା ଥାନା ଅଞ୍ଚଳରେ ନାବାଳିକାକୁ ନିଆଁ ଲଗାଇ ଜାଳି ଦେବା ଘଟଣା। ପୁରୀ ଏସପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା। - NILACHALA SAMACHAR
Article Image

ବଳଙ୍ଗା ଥାନା ଅଞ୍ଚଳରେ ନାବାଳିକାକୁ ନିଆଁ ଲଗାଇ ଜାଳି ଦେବା ଘଟଣା। ପୁରୀ ଏସପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା।

🗂 Local | 🕒 30 Jul 2025, 20:27 IST



ପୁରୀ ବଳଙ୍ଗା ଥାନା ଅଞ୍ଚଳରେ ନାବାଳିକାକୁ ନିଆଁ ଲଗାଇ ଜାଳି ଦେବା ଘଟଣା। ପୁରୀ ଏସପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା। ଘଟଣାର ତଦନ୍ତ ଚାଲିଛି। ମାମଲା ସେନସିଟିଭ ରହିଛି ।ପିଡିତାଙ୍କ ସ୍ୱସ୍ଥ୍ଯାବସ୍ଥା ସ୍ଥିର ରହିଛି। ତଦନ୍ତ ସଠିକ୍ ଢଙ୍ଗରେ ଚାଲିଛି। ଦୁଇଜଣ ତଦନ୍ତକାରୀ ଅଧିକାରୀ ଦିଲ୍ଲୀ ଯାଇଛନ୍ତି। ଆଇନଗତ ପ୍ରକ୍ରିୟା ଜାରି ରହିଥିବା ବେଳେ ଅନେକ ଲୋକଙ୍କର ବୟାନ ରେକର୍ଡ କରାଯାଇଛି। ଅନେକ ତଥ୍ୟ ସଂଗ୍ରହ କରାଯାଇଛି। ପୋଲିସର ଏକ ମଲ୍ଟିପୁଲ୍ ଟିମ୍ ଘଟଣାର ତଦନ୍ତ କରୁଛି। ସେହିପରି ଡିଏସପି ଆଇସିଡବ୍ଲୁଙ୍କୁ ମାମଲା ହସ୍ତାନ୍ତର କରାଯାଇଛି। ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି ବୋଲି ଏସପି ସୂଚନା ଦେଇଛନ୍ତି।


💬 Leave a Comment

🗨️ Approved Comments

No comments yet.

🔗 Share this article: