🗂 Crime | 🕒 31 Jul 2025, 20:52 IST
ପୁରୀ ବଡଶଙ୍ଖ ବଜାରରେ ଦାଦାବଟି ଆଦାୟ ଅଭିଯୋଗରେ କୁମ୍ଭାରପଡା ଥାନା ଦ୍ୱାରା ଦୁଇ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଦ୍ବୟ ହେଲେ ରାମଚଣ୍ଡୀ ସାହି ବାଲିଉପରର ବାବୁନା ଓରଫ ହରମୋହନ ଜେନା 38 ଓ ସର୍ବୋଦୟ ନଗରର ବାପି ଓରଫ ଶିବଶଙ୍କର ମହାପାତ୍ର 33 l ଅଭିଯୁକ୍ତଙ୍କ ଠାରୁ ଏକ ଖଣ୍ଡା ଜବତ କରାଯାଇଛି l ଆଜି ଅଭିଯୁକ୍ତ ଦ୍ବୟ ବଡଶଙ୍ଖ ବଜାରରେ ଦୋକାନୀ ମାନଙ୍କ ଠାରୁ ଦାଦାବଟି ଆଦାୟ ବେଳେ ପୁଲିସ ପାଟ୍ରୋଲିଂ ବେଳେ ଧରିଥିଲା l ପରେ 349/2025 ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା l
No comments yet.