ବସଷ୍ଟାଣ୍ଡ ନିକଟରେ ମୋବାଇଲ ଲୁଟ ଅଭିଯୋଗରେ ଜଣକୁ ଗିରଫ - NILACHALA SAMACHAR
Article Image

ବସଷ୍ଟାଣ୍ଡ ନିକଟରେ ମୋବାଇଲ ଲୁଟ ଅଭିଯୋଗରେ ଜଣକୁ ଗିରଫ

🗂 Crime | 🕒 31 Jul 2025, 21:05 IST

ପୁରୀ ବସଷ୍ଟାଣ୍ଡ ନିକଟରେ ମୋବାଇଲ ଲୁଟ ଅଭିଯୋଗରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି କୁମ୍ଭାରପଡା ଥାନା ପୁଲିସ l ଅଭିଯୁକ୍ତ ଜଣକ ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚାର ରିସି ଓରଫ ଅଜୟ କୁମାର ଶୁକ୍ଲା 24 l ଅଭିଯୁକ୍ତ ନିକଟରୁ ମୋବାଇଲ ଜବତ କରିଛି ପୁଲିସ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ନୟାଗଡ଼ ଜିଲ୍ଲାର ବାନାମ୍ବର ସ୍ୱାଇଁ ଆଜି ଥାନାରେ ଅଭିଯୋଗ କରିଥିଲେ ଯେ ସେ ମୋବାଇଲ ଧରି ଯାଉଥିବା ବେଳେ କେହିଜଣେ ଦୁର୍ବୁତ୍ତ ବସଷ୍ଟାଣ୍ଡ ନିକଟରେ ତାଙ୍କୁଠାରୁ ମୋବାଇଲ ଲୁଟ କରି ଫେରାର ହୋଇଥିଲା l ଉକ୍ତ ଅଭିଯୋଗ କ୍ରମେ 348/2025 ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ ପରେ ମୋବାଇଲ ଜବତ କରାଯାଇ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: