🗂 Crime | 🕒 01 Aug 2025, 16:28 IST
ପୁରୀ କାକୁଡିଖାଇ ଛକ ନିକଟରେ ଦାଦାବଟି ଆଦାୟ ଅଭିଯୋଗରେ ଟାଉନ ଥାନା ଦ୍ୱାରା ଦୁଇ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଦ୍ବୟ ହେଲେ ମାତିତୋଟା ଲେନର ମିଟୁ ବେହେରା 32 ଓ ବାସେଳୀସାହି ହରିଜନ ସାହିର ମନୁଆ ନାୟକ 20 l ଅଭିଯୁକ୍ତଙ୍କ ଠାରୁ ଏକ ଆଇରନ ରଡ଼ ଜବତ କରାଯାଇଛି l ଗତ ବୁଧବାର ରାତ୍ରରେ ଅଭିଯୁକ୍ତ ଦାଦାବଟି ଆଦାୟ ବେଳେ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଧରିଥିଲା l ପରେ 326/2025 ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା l ଉଭୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୂର୍ବରୁ ଅପରାଧିକ ମାମଲା ଥିବା ନେଇ ପୁଲିସ ସୂତ୍ରରୁ ଜଣାଯାଇଛି l
No comments yet.