🗂 Crime | 🕒 01 Aug 2025, 20:38 IST
ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅଞ୍ଚଳରୁ ୧୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ। ବରାଳ ଗ୍ରାମ ନିକଟରେ ଥିବା ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରୁ ଜବତ ହୋଇଛି ୧୨୨ ଗ୍ରାମର ବ୍ରାଉନ ସୁଗାର। ଅବକାରୀ ବିଭାଗ ଚଢାଉ କରି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛି ବରାଳ ଗ୍ରାମର ସୂର୍ଯ୍ୟକାନ୍ତ ମହାପାତ୍ର। ତେବେ ଅବକାରୀ ବିଭାଗ ସୂର୍ଯ୍ୟକାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ ସୂର୍ଯ୍ୟକାନ୍ତ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ବ୍ରାଉନ ସୁଗାରକୁ ପୁଡିଆ କରି ଅଣ୍ଟାରେ ରଖି ବ୍ୟବସାୟ କରୁଥିବା ବେଳେ ଅବକାରୀ ବିଭାଗ ତାଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତ ଠାରୁ ୧୨୨ ଗ୍ରାମ ଜବତ ହୋଇଥିବା ବେଳେ ଜବତ ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।
No comments yet.