ନିଜକୁ ନିଜେ ନିଆଁ ଲଗାଇ ପୋଡି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି l - NILACHALA SAMACHAR
Article Image

ନିଜକୁ ନିଜେ ନିଆଁ ଲଗାଇ ପୋଡି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି l

🗂 Local | 🕒 02 Aug 2025, 12:10 IST

ପୁରୀ ନିଜକୁ ନିଜେ ନିଆଁ ଲଗାଇ ପୋଡି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି l ମହିଳା ଜଣକ ଶାନ୍ତିଲତା ସାହୁ 48 ତାଙ୍କ ସ୍ୱାମୀଙ୍କ ନାମ ସ୍ୱାମୀ ସତ୍ୟରଞ୍ଜନ ସାହୁ ଘର ଗୌଡ଼ବାଡ଼ ସାହିରେ ବୋଲି ଜଣାଯାଇଛି l ଯାହା ଜଣାଯାଇଛି ଯେ ମହିଳା ଜଣକ କ୍ୟାନ୍ସରେ ପୀଡିତ ଥିଲେ l ରୋଗରେ ଥିବା ନେଇ ଭାରସାମ୍ୟ ହରାଇ ନିଜକୁ ନିଜେ ଦିଆସିଲି ଲଗାଇ ପୋଡି ହୋଇଥିଲେ l ପୂର୍ବରୁ ମରିବା ପାଇଁ ବହୁଥର ଚେଷ୍ଟା କରିଥିଲେ ମଧ୍ୟ ସ୍ୱାମୀ ବଞ୍ଚାଇ ରଖିଥିଲେ l ଆଜି ରାତ୍ରରେ ନିଜ ଦେହରେ ନିଆଁ ଲଗାଇଥିଲେ l ସ୍ୱାମୀ ବଞ୍ଚାଇବାକୁ ଯାଇ ନିଜେ ମଧ୍ୟ ଆଂଶିକ ପୋଡି ହୋଇଥିଲେ l ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: