ଟାଉନ ଥାନା ପରିସରରେ ଚନ୍ଦନଯାତ୍ରାରେ ବାଣ ନଫୁଟାଇବା ପାଇଁ ବିଭିନ୍ନ ସାହି କମିଟି କର୍ମକର୍ତ୍ତାଙ୍କୁ ନେଇ ପୁଲିସ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l - NILACHALA SAMACHAR
Article Image

ଟାଉନ ଥାନା ପରିସରରେ ଚନ୍ଦନଯାତ୍ରାରେ ବାଣ ନଫୁଟାଇବା ପାଇଁ ବିଭିନ୍ନ ସାହି କମିଟି କର୍ମକର୍ତ୍ତାଙ୍କୁ ନେଇ ପୁଲିସ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l

🗂 Local | 🕒 30 Apr 2025, 08:45 IST

ପୁରୀରେ ଟାଉନ ଥାନା ପରିସରରେ ଚନ୍ଦନଯାତ୍ରାରେ ବାଣ ନଫୁଟାଇବା ପାଇଁ ବିଭିନ୍ନ ସାହି କମିଟି କର୍ମକର୍ତ୍ତାଙ୍କୁ ନେଇ ପୁଲିସ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଅତିରିକ୍ତ ଏସପି ସୁଶୀଲ କୁମାର ମିଶ୍ର, ସିଟିଡ଼ିଏସପି ପ୍ରଶାନ୍ତ କୁମାର ସାହୁ, ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ ପ୍ରମୁଖ ଚଳିତ ବର୍ଷ ଚନ୍ଦନ ଯାତ୍ରାରେ ବାଣ ନଫୁଟାଇବା ପାଇଁ ବୈଠକରେଆଲୋଚନା କରିଥିଲେ l ଗତବର୍ଷ ଚନ୍ଦନ ଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟି 17ଜଣଙ୍କ ମୃତ୍ୟୁ ଘଟିଥିଲା l ବେଆଇନ ଭାବେ ବାଣ ଫୁଟାଯାଉଥିବା ବେଳେ ବିସ୍ଫୋରାଣ ଘଟିଥିଲା l ଏହି ଦୁଖଃଦ ଘଟଣା ନେଇ ଚଳିତବର୍ଷ ଚନ୍ଦନଯାତ୍ରାରେ ବାଣ ଫୁଟାଇବା ଉପରେ ରୋକ ଲଗାଯାଇଛି l ମାନସିକ ବାଣ ହେଉବା କି ଶ୍ରୀମନ୍ଦିର ପ୍ରଶାସନର ବାଣ ହେଉ କୌଣସି ପରିସ୍ଥିତିରେ ବାଣ ଫୁଟାଯିବ ନାହିଁ l ବାଣ ନଫୁଟାଇବା ପାଇଁ ସାହି କମିଟି କର୍ମକର୍ତ୍ତା ମାନେ ସଚେତନ କରାଇବା ପାଇଁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: