🗂 Crime | 🕒 03 Aug 2025, 15:18 IST
ପୂରୀ: ବେଆଇନ ଭାବେ ନିଶା ଔଷଧ ବିକ୍ରି କରିବା ଅଭିଯୋଗରେ ବାସେଳି ସାହି ଥାନା ପୋଲିସ ଜଣେ ଅସାମାଜିକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇ ଥିବା ଅଭିଯୁକ୍ତ ପରିଚୟ ହେଲା ଏହି ଥାନା ଅଧୀନ ମଙ୍ଗଳାଘାଟର ଧଡ଼ିଆ ଓରଫ ବାସୁଦେବ ବେହେରା (୪୫) । ତା ନିକଟରୁ ପୋଲିସ ୨୨ ବୋତଲ ନିଶା ଔଷଧ ଏସ୍କଫ ସିରଫ ଜବତ କରିଛି। ଏନେଇ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। କୋର୍ଟ ଅଭିଯୁକ୍ତର ଜାମିନ ଆବେଦନ ଖାରଜ କରିବାରୁ ପୋଲିସ ତାକୁ ଜେଲକୁ ପଠାଇ ଦେଇଛି ବୋଲି କହିଛନ୍ତି ବାସେଳୀ ସାହି ଥାନା ଅଧିକାରୀ ବିକ୍ରମ କେଶରୀ ଜେନା।
No comments yet.