🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ବନ୍ଧୁତା ଦିବସ ପାଳିତ ସମାଜର ବନ୍ଧୁ ଥିଲେ ସାମ୍ବାଦିକ ବିକ୍ରମ - NILACHALA SAMACHAR
Article Image

ବନ୍ଧୁତା ଦିବସ ପାଳିତ ସମାଜର ବନ୍ଧୁ ଥିଲେ ସାମ୍ବାଦିକ ବିକ୍ରମ

🗂 Local | 🕒 03 Aug 2025, 22:49 IST


ପୁରୀ :- ସ୍ଥାନୀୟ କୁଳମଣି ଭବନ ଠାରେ ଅନୁଷ୍ଠାନ ଦି ମୋମେଣ୍ଟ ପକ୍ଷରୁ ବନ୍ଧୁତା ଦିବସ ପାଳନ କରାଯାଇଛି l ଦକ୍ଷ, ନିର୍ଭିକ ଯୁବ ସାମ୍ବାଦିକ ସ୍ବର୍ଗତ ବିକ୍ରମ କେଶରୀ ଆଚାର୍ଯ୍ୟଙ୍କ ସ୍ମୃତିରେ ବନ୍ଧୁତା ଦିବସ ପାଳନ କରାଯାଇଥିଲା l ବନ୍ଧୁତା ଦିବସ ଅବସରରେ ମନେ ପଡ଼ିଲେ ସାମ୍ବାଦିକ ବିକ୍ରମ କେଶରୀ ଆଚାର୍ଯ୍ୟ। ସ୍ବର୍ଗତ ଆଚାର୍ଯ୍ୟଙ୍କ ବନ୍ଧୁବତ୍ସଳ ସ୍ଵଭାବ, ନିର୍ଭୀକ ସମ୍ବାଦିକତା ଓ ପରୋପକାର ପ୍ରତି ଏକାଗ୍ରତା ନେଇ ଅତିଥି ଗଣ ନିଜସ୍ଵ ଅଭିଜ୍ଞତା ବାଖାଣିଥିଲେ। ଖୁବ୍ କମ୍ ଦିନ ମଧ୍ୟରେ ସେ ପେଶା ଗତ ଜୀବନରେ ନିଜକୁ ପ୍ରତିଷ୍ଠିତ କରିପାରିବା ସହ ଅନେକଙ୍କ ହୃଦୟରେ ଏକ ସ୍ଥାନ ସୃଷ୍ଟି କରିପାରିଥିଲେ। ତାଙ୍କ ସ୍ମୃତି ରକ୍ଷା ତଥା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଜଣେ ଯୁବ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରିବାକୁ "ଦି ମୋମେଣ୍ଟ" ପକ୍ଷ ରୁ ଆୟୋଜିତ ସ୍ଵତନ୍ତ୍ର ସଭାରେ ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରରେ ମୁଖ୍ୟ ଅତିଥି ସମାଜସେବୀ କୁମାର ଚକ୍ରଧର ମହାପାତ୍ର, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ବ୍ୟାଙ୍କ ଅଧିକାରୀ କୈଳାସ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ କାର୍ତ୍ତିକ କୁମାର ଦାସ, ଡକ୍ଟର ଦିଲ୍ଲୀପ ସେନାପତି, ଶିକ୍ଷାବିତ କାଶୀନାଥ ଖୁଣ୍ଟିଆ ଯୋଗଦାନ କରିଥିଲେ l ମଞ୍ଚ ସଂଚାଳକ କରିଥିଲେ ଶିକ୍ଷାବିତ କବି ଶିବସୁନ୍ଦର ମିଶ୍ର l ସାମ୍ବାଦିକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l ବନ୍ଧୁତା ଉପରେ ଉଦାହରଣ ସହ ସାର ଗର୍ଭକ ବକ୍ତବ୍ୟ ରଖିଥିଲେ ଶିକ୍ଷାବିତ ପ୍ରଦୀପ୍ତ ରାୟ ସର୍ବାଣୀ ଦାସ, ସୁରେଶ କୁମାର ପଟ୍ଟନାୟକ, ଯୋଗେନ୍ଦ୍ର ନାଥ ସାହୁ, ହରେକୃଷ୍ଣ ସାହୁ ସାମ୍ୱାଦିକ ଜିତେନ୍ଦ୍ର ନାରାୟଣ ମିଶ୍ର, ସତ୍ୟନାରାୟଣ ରାଉତରାୟ, କଳ୍ପତରୁ ମିଶ୍ର, ସୁରେଶ ସାହୁ ଶୁଭେନ୍ଦୁ ଦାସ, ଚନ୍ଦ୍ରଶେଖର ମହାପାତ୍ର, ମିନତୀ ମିଶ୍ର, ଚିନ୍ମୟୀ ଗଜେନ୍ଦ୍ର, ପର୍ଶୁରାମ ପାତ୍ର, ଯୋଗେଶ୍ୱର ପ୍ରହରାଜ, ଚନ୍ଦ୍ର ଶେଖର ମହାରଣା, ଅଧିବକ୍ତା ବିଶ୍ୱବନ୍ଧୁ ଦାଶ ଆଦି ଆଲୋଚକ ମନେ ଯୁବ ସାମ୍ବାଦିକ ସ୍ବର୍ଗତ ବିକ୍ରମ କେଶରୀ ଆଚାର୍ଯ୍ୟ ଙ୍କର ସ୍ମୃତି ଅନୁଭୂତି ମାର୍ମିକ ଭାବେ ବର୍ଣ୍ଣନା କରିଥିଲେ l ବିଭିନ୍ନ ବର୍ଗର ସାମ୍ବାଦିକ, ନେତା, ଶିକ୍ଷାବିତ, କବି, ଐତିହାସିକ କାର୍ଯ୍ୟକ୍ରମରେ ଯୋଗଦାନ ବନ୍ଧୁତା ଦିବସ ଅବସରରେ କରି ସ୍ବର୍ଗତ ଆଚାର୍ଯ୍ୟଙ୍କ ର ଆତ୍ମାର ଚିରଶାନ୍ତି କାମନା କରିଥିଲେ l ଏହି ଅବସରରେ କମଳିନୀ ପାଣିଗ୍ରାହୀ, ରୋଜାଲିନ ପଣ୍ଡା ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା l ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସମ୍ପାଦକ ପ୍ରଦୀପ କୁମାର ନାୟକ l ପରିଚାଳନାରେ ସହଯୋଗ କରିଥିଲେ ସହସମ୍ପାଦକ ପ୍ରସାଦ ସିଂହ, ଇ ଜଗନ୍ନାଥ ରାଓ, ଧିରେନ କୁମାର ପାଢ଼ୀ ପ୍ରମୁଖ l

💬 Leave a Comment

🗨️ Approved Comments

No comments yet.

🔗 Share this article: