ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବିଜେଡିର ପୁରୀ ବନ୍ଦ ଡାକରା,ଆସନ୍ତା ୭ ତାରିଖରେ ୬ ଘଣ୍ଟିଆ ପୁରୀ ବନ୍ଦ - NILACHALA SAMACHAR
Article Image

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବିଜେଡିର ପୁରୀ ବନ୍ଦ ଡାକରା,ଆସନ୍ତା ୭ ତାରିଖରେ ୬ ଘଣ୍ଟିଆ ପୁରୀ ବନ୍ଦ

🗂 Local | 🕒 04 Aug 2025, 15:39 IST

ପୁରୀ ଆସନ୍ତା ୭ ତାରିଖରେ ପୁରୀ ବନ୍ଦ । ୬ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦେଇଛି ବିଜେଡି । ସକାଳ ୬ ଟା ଠାରୁ ଦିନ ୧୨ ଟା ଯାଏ ବନ୍ଦ ରହିବ ପୁରୀ । ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ଏହି ବନ୍ଦ ଡାକରା ଦେଇଛି ଦଳ ।

ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇବା ସହ ସରକାର ଘଟଣାର ସତ୍ୟ ଉନ୍ମୋଚନ କରନ୍ତୁ ବୋଲି ଦାବି କରିଛି ବିଜୁ ଜନତା ଦଳ । ଏହା ସହ ଜାଣିଶୁଣି ଦୋଷୀକୁ ଚିହ୍ନଟ କରୁନଥିବା ଅଭିଯୋଗ କରିଛି ବିଜେଡ଼ି। ତୁରନ୍ତ ସତ୍ୟତା ସାମ୍ନାକୁ ନ ଆସିଲେ ବିଜେଡ଼ି ଆନ୍ଦୋଳନ ଜାରି ରଖିବ ବୋଲି କହିଛନ୍ତି ପୁରୀ ଜିଲ୍ଲା ବିଜେଡ଼ି ସଭାପତି ଉମାକାନ୍ତ ସାମନ୍ତରାୟ ।


ସେପଟେ ବିଜେପି କହିଛି, ସରକାର ମହିଳା ବିରୋଧୀ ଅପରାଧରେ ଶୁନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି। ଦୋଷୀ ଯିଏ ବି ହେଉ ଗିରଫ ହେଉଛନ୍ତି। ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ବି ହେଉଛି। ବିଜେଡି ରାଜନୀତି ନକରି ବିତର୍କକୁ ଆସୁ ବୋଲି କହିଛନ୍ତି ଅମର ନାୟକ ।

💬 Leave a Comment

🗨️ Approved Comments

No comments yet.

🔗 Share this article: