ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ୍‌ କ୍ୟାମେରା ଯୁକ୍ତ ଚଷମା, ପଶ୍ଚିମବଙ୍ଗର ଜଣେ ଭକ୍ତକୁ ଧରିଲା ପୋଲିସ - NILACHALA SAMACHAR
Article Image

ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ୍‌ କ୍ୟାମେରା ଯୁକ୍ତ ଚଷମା, ପଶ୍ଚିମବଙ୍ଗର ଜଣେ ଭକ୍ତକୁ ଧରିଲା ପୋଲିସ

🗂 Local | 🕒 05 Aug 2025, 14:14 IST

ପୁରୀ ପୁଣି ଶ୍ରୀମନ୍ଦିର ଭିତରକୁ ହିଡେନ୍ କ୍ୟାମେରା ଯିବା ପୂର୍ବରୁ ଅଟକ । ପଶ୍ଚିମଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ହିଡେନ୍ କ୍ୟାମେରା ଯିବା ପୂର୍ବରୁ ଜନୈକ ଭକ୍ତଙ୍କୁ ଅଟକ କଲେ ସୁରକ୍ଷାକର୍ମୀ । ଅଟକ ଭକ୍ତ ହେଉଛନ୍ତି ପଶ୍ଚିମବଙ୍ଗର ପ୍ରୀତିଶ ପାଲ୍ । ସିଂହଦ୍ଵାର ଥାନାରେ ଅଟକ ଅଛନ୍ତି । ଚଷମା ସହ ଫିଟିଂ କରିଥିଲେ ହିଡେନ୍ କ୍ୟାମେରା ।

ସେହିପରି ଗତକାଲି ଗୁଜୁରାଟର ଜଣେ ଭକ୍ତ ଶ୍ରୀମନ୍ଦିର ଭିତରକୁ ହିଡେନ୍ କ୍ୟାମେରା ନେଇ ଧରାପଡିଥିଲେ। ଗିରଫ ବ୍ୟକ୍ତି ପୁରୀର ଏକ ହୋଟେଲରେ ଅବସ୍ଥାନ କରିବା ସହ ହୋଟେଲରେ ଥିବା ମୋବାଇଲ ଫୋନ୍ ଦ୍ଵାରା ହିଡେନ କ୍ୟାମେରା ଅପରେଟ କରିଥିଲେ । ସେ ଅଗଷ୍ଟ ୩ ତାରିଖରୁ ଉକ୍ତ ହୋଟେଲରେ ରହୁଥିଲେ । ଗତକାଲି ସିଂହଦ୍ଵାର ଥାନା ସବ ଇନ୍ସପେକ୍ଟର ଓ ଜେଟିପି ପୋଲିସ ତାଙ୍କୁ ଚିହ୍ନଟ କରି ଶ୍ରୀମନ୍ଦିର ସିଂହଦ୍ଵାର ଥାନା ପୋଲିସର ଜିମା ଦେଇଥିଲେ । ୧୦ ଦିନ ମଧ୍ୟରେ ତିନିଜଣଙ୍କ ଠାରୁ ହିଡେନ୍ କ୍ୟାମେରା ଜବତ ହୋଇସାରିଲାଣି ।


💬 Leave a Comment

🗨️ Approved Comments

No comments yet.

🔗 Share this article: