🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ଚନ୍ଦନ ଯାତ୍ରା ପାଇଁ ପୁରୀ ପୋଲିସ ପ୍ରସ୍ତୁତି। - NILACHALA SAMACHAR
Article Image

ଚନ୍ଦନ ଯାତ୍ରା ପାଇଁ ପୁରୀ ପୋଲିସ ପ୍ରସ୍ତୁତି।

🗂 Local | 🕒 30 Apr 2025, 08:45 IST

ପୁରୀରେ ଚନ୍ଦନ ଯାତ୍ରା ପାଇଁ ପୁରୀ ପୋଲିସ ପ୍ରସ୍ତୁତି।ଆସନ୍ତା ଏପ୍ରିଲ ୩୦ ତାରିଖ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେବ ଚନ୍ଦନଯାତ୍ରା ।ଅକ୍ଷୟ ତୃତୀୟା ପାଇଁ ୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ଜଣେ ଅତିରିକ୍ତ ଏସପି,୫ ଜଣ ଡେପୁଟି ଏସପି ବା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପାହ୍ୟାର,୮ ଜଣ ଇନ୍ସପେକ୍ଟର,୨୦ ଜଣ ସବ୍ ଇନ୍ସପେକ୍ଟର ଅବା ଆସିଷ୍ଟାଣ୍ଟ ସବ୍ ଇନସ୍ପେକ୍ଟର ,୪ ଜଣ ହାବିଲଦାର , ୩୭ ଜଣ କନଷ୍ଟେବଳ ଙ୍କ ସମେତ ୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ।୫୮ ଜଣ ହୋମଗାର୍ଡ ମୁତୟନ ରହିବେ। ସେପଟେ ଚନ୍ଦନ ଚକଡା଼ ରେ ବାଣ ଫୁଟାଇବା ସମ୍ପୁର୍ଣ୍ଣ ରୂପେ ବାରଣ କରାଯାଇଛି। ପ୍ରଥମଥର ପାଇଁ ପୁରୀ ପୋଲିସ ତରଫରୁ ଏକ ଫିଡ଼ବ୍ୟାକ ସେଣ୍ଟର ନରେନ୍ଦ୍ରକୋଣ ଠାରେ କରାଯିବ। ଏଥିରେ ସମସ୍ତ ଅଭିଯୋଗ ଗ୍ରହଣ କରାଯିବ ସହ ନିଜର ଯାତ୍ରା ଅନୁଭୂତି ଦେଇପାରିବେ।

💬 Leave a Comment

🗨️ Approved Comments

No comments yet.

🔗 Share this article: