ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ନେଇ ସରକାରଙ୍କୁ ଦିଆଯିବା ପ୍ରସ୍ତାବ - NILACHALA SAMACHAR
Article Image

ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ନେଇ ସରକାରଙ୍କୁ ଦିଆଯିବା ପ୍ରସ୍ତାବ

🗂 Local | 🕒 06 Aug 2025, 14:58 IST

ପୁରୀ ଶ୍ରୀ ମନ୍ଦିର ରୁ ସ୍ପାଏ କ୍ୟାମେରା ବାରମ୍ବାର ଜବତ ପରେ ଶ୍ରୀ ମନ୍ଦିର ର ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ଓ ଶ୍ରୀ ମନ୍ଦିର ଆଇନ ରେ ସଂଶୋଧନ ପାଇଁ ଏକ ବୈଠକ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଚି। ଏହି ବୈଠକ ରେ ପୁରୀ ଜିଲାପାଳ, ଶ୍ରୀ ମନ୍ଦିର ର ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ତେବେ ବୈଠକ ପରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଶ୍ରୀମନ୍ଦିର ର ସୁରକ୍ଷା ସମ୍ପର୍କୀତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁରୀ ଜିଲାପାଳ ଙ୍କ ସମେତ ଶ୍ରୀ ମନ୍ଦିର ଅନ୍ୟାନ୍ୟ ଅଧିକାରୀ ଏଥିରେ ଯୋଗ ଦେଇଥିଲେ। ଶ୍ରୀ ମନ୍ଦିର ସୁରକ୍ଷା କୁ ନେଇ ଆଲୋଚନା ହେଲା। ତେବେ ଶ୍ରୀ ମନ୍ଦିର ର ପ୍ରଚଳିତ ଆଇନ ରେ ସେଭଳି ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ ବ୍ୟବସ୍ଥା ନଥିବା ନେଇ ଆଲୋଚୋନା ହୋଇଥିଲା। ଏଣୁ ଆଜି ନିଷ୍ପତ୍ତି ହୋଇଛି ଶ୍ରୀ ମନ୍ଦିର ଆଇନ ରେ ସଂଶୋଧନ ଆଣିବା ପାଇଁ ରାଜ୍ୟ ସରକାର ଙ୍କୁ ପ୍ରସ୍ତାବ ଦିଆଯିବ। ମୁଖ୍ୟତଃ 4 ଟି ବିନ୍ଦୁ ଉପରେ ଆମେ ପ୍ରସ୍ତାବ ରଖିଲୁ। ଏ ନେଇ ରାଜ୍ୟ ସରକାର ଚୁଡାନ୍ତ ନିଷ୍ପତ୍ତି ନେବେ। ପ୍ରଥମ ବିନ୍ଦୁ ହେଉଚି ଯଦି କୌଣସି ବ୍ୟକ୍ତି ଶ୍ରୀ ମନ୍ଦିର ଭିତରେ ଅନଧିକୃତ ଭାବରେ ମୋବାଇଲ ଫୋନ, କ୍ୟାମେରା , ଇଲେକ ଟ୍ରୋନିକ୍ସ ଡିଭାଇସ୍ ବ୍ୟବହାର କରନ୍ତି ତେବେ ତାଙ୍କ ପାଇଁ ଦଣ୍ଡ ବିଧାନ ର ପ୍ରସ୍ତାବ ଆମେ ରାଜ୍ୟ ସରକାର ଙ୍କୁ ଦେବୁ। ବର୍ତମାନ ଯାହା ନିୟମ ପ୍ରଚଳିତ ରହିଚି ଶ୍ରୀ ମନ୍ଦିର ଭିତରକୁ ମୋବାଇଲ ଫୋନ୍ ନେଲେ ଏକ ହଜାର ଟଙ୍କା ଜୋରିମାନା ବ୍ୟବସ୍ଥା ରହିଛି। ତେବେ ଏହା ଦୃଷ୍ଟାନ୍ତମୂଳକ ଦଣ୍ଡ ନୁହେଁ ବୋଲି ବିଭିନ୍ନ ମହଲରେ ଅଭିଯୋଗ ହୋଇ ଆସୁଚି। ତେବେ କେଉଁ କୋର୍ଟ ରେ ମାମଲା ହେବ, କଣ ଦଣ୍ଡ ବିଧାନ ରହିବ, ଏହା ବେଲ କି ନନ୍ ବେଲ ହେବ ସେ ନେଇ ପ୍ରସ୍ତାବ ଦିଆଯିବ। ଦ୍ୱିତୀୟ ଟି ହେଉଚି ମହାପ୍ରଭୂ ଶ୍ରଜଗନ୍ନାଥ ଙ୍କୁ ନେଇ କେହି ସୋସିଆଲ ମିଡ଼ିଆ ହେଉ କି ଅନ୍ୟ କିଛି ମାଧ୍ୟମ ରେ ଅପମାନ କଲା ଭଳି କାମ କଲେ ତାଙ୍କ ପାଇଁ କଠୋର ଦଣ୍ଡ ବିଧାନ ପାଇଁ ଆମେ ସରକାର ଙ୍କୁ ପ୍ରସ୍ତାବ ଦେବୁ। ଏହାକୁ ଧର୍ତ୍ୟବ ଅପରାଧ, ନନ୍ ବେଲ ମାମଲା ଭାବେ ଧରାଯିବା ନେଇ ଆମେ ପ୍ରସ୍ତାବ ରଖିବୁ। ଏହା ଚିଫ ଯୁଡ଼ିଶିଆଲ ମାଜିଷ୍ଟ୍ରେଟ ଙ୍କ ଠାରେ ବିଚାର କରାଯାଉ।ଯାହାକି 7 ବର୍ଷ ଯାଏ ମାମଲା ରହିପାରିବ। ଶ୍ରୀ ମନ୍ଦିର ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଆଇନ ପ୍ରଣୟନ କରିଛନ୍ତି। ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କୌଣସି ପ୍ରାବଧାନ ନାହିଁ। ଏଣୁ ଶ୍ରୀ ମନ୍ଦିର ଆଇନ ରେ ପରିବର୍ତ୍ତନ ପାଇଁ ଆମେ ରାଜ୍ୟ ସରକାର ଙ୍କୁ ପ୍ରସ୍ତାବ ଦେବୁ। ନିୟମ ଉଲଘଂନ କାରିଙ୍କୁ 3 ବର୍ଷ ଜେଲ ଦଣ୍ଡ ସହ ଉଭୟ ଜୋରିମାନା ଓ ଜେଲ ଦଣ୍ଡ ବ୍ୟବସ୍ଥା ପ୍ରଣୟନ ପାଇଁ ଆମେ ସରକାର ଙ୍କୁ ପ୍ରସ୍ତାବ ରଖିବୁ। ଆନନ୍ଦ ବଜାର ରେ ଶୃଙ୍ଖଳିତ ବ୍ୟବସ୍ଥା ନେଇ ମଧ୍ୟ ଆଲୋଚନା ହୋଇଛି। ଆନନ୍ଦ ବଜାର ରେ ରେଟ ଚାର୍ଟ ଲାଗିବା ବ୍ୟବସ୍ଥା ହେବ। ମହାପ୍ରଭୁ ଙ୍କ ମହାପ୍ରସାଦ ପ୍ରସ୍ତୁତି ରେ କେବଳ ଓମଫେଡ ଘିଅ ବ୍ୟବହାର ନେଇ ଆମର ନିୟମ କରିଛୁ। ତେବେ ଏହାକୁ କେହି ଉଲଘଂନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ମନ୍ଦିର ସୁଆର ମହାସୁଆର ନିଯୋଗ କୁ ଅବଗତ କରାଯାଇଛି। ଏଥିରେ ସେବାୟତ ନିଯୋଗ ସହଯୋଗ କରିବେ ବୋଲି କହିଛନ୍ତି। ତେବେ ଶ୍ରୀ ମନ୍ଦିର ସୁରକ୍ଷା କୁ ନେଇ ଯେଉଁ ମାନେ ଅଧିକୃତ ଅଛନ୍ତି ସେମାନେ କୌଣସି ଶ୍ରୀ ମନ୍ଦିର ସୁରକ୍ଷା ସମ୍ପର୍କୀତ ବାର୍ତ୍ତା ଦେବାକୁ ଚାହାନ୍ତି ସେମାନେ ସର୍ବ ସମ୍ମୁଖରେ ମୋବାଇଲ ବ୍ୟବହାର ନ କରି ଶ୍ରୀ ମନ୍ଦିର ଗାରଦ ରେ ବ୍ୟବହାର ପାଇଁ ଆମେ ସଚେତନ କରାଇବୁ। ତେବେ ଆମେ ଆଶା ରଖିଛୁ ରାଜ୍ୟ ସରକାର ଙ୍କୁ ଏହି ନିୟମ ପ୍ରଣୟନ ପାଇଁ ପ୍ରସ୍ତାବ ଦେବୁ। ରାଜ୍ୟ ସରକାର ଙ୍କ ଚୁଡାନ୍ତ ନିଷ୍ପତ୍ତି ଆସିବା ପରେ ଏହାକୁ ଆମେ କାର୍ଯ୍ୟକାରୀ କରିବୁ।



💬 Leave a Comment

🗨️ Approved Comments

No comments yet.

🔗 Share this article: