ଖଣ୍ଡାରେ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ସମୁଦ୍ରକୂଳ ଥାନା ଦ୍ୱାରା ଜଣେ ଗିରଫ - NILACHALA SAMACHAR
Article Image

ଖଣ୍ଡାରେ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ସମୁଦ୍ରକୂଳ ଥାନା ଦ୍ୱାରା ଜଣେ ଗିରଫ

🗂 Crime | 🕒 06 Aug 2025, 15:42 IST

ପୁରୀ ବାଲିସାହି ହରିଜନ ବସ୍ତିରେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ସମୁଦ୍ରକୂଳ ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ବାଲିସାହି ହରିଜନ ବସ୍ତିର ପତି ଓରଫ ପ୍ରତୀକ ନାୟକ 18 l ଅଭିଯୁକ୍ତ ନିକଟରୁ ଗୋଟିଏ ଖଣ୍ଡା ଜବତ କରାଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଗତକାଲି ଅପରାହ୍ନରେ ବାଲିସାହିର ଦୀପା ନାଏକ ନାମ୍ନୀ ଜଣେ ମହିଳା ଥାନାରେ ଅଭିଯୋଗ କରିଥିଲେ ଯେ ଗତକାଲି ଦିନ ୧୨.୩୦ ସମୟରେ ଅଭିଯୁକ୍ତ ପତି ଓରଫ ପ୍ରତୀକ ନାୟକ (୧୮) ତାଙ୍କ ସ୍ୱାମୀଙ୍କୁ ବାଟରେ ଅଟକାଇଥିଲେ l ପରେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ସହ ଖଣ୍ଡାରେ ଆକ୍ରମଣ କରିଥିଲା l ଯାହା ଫଳରେ ତାଙ୍କ ସ୍ୱାମୀ ରକ୍ତାକ୍ତ ହୋଇଥିଲେ l ଅଭିଯୁକ୍ତ ଜୀବନରେ ମାରି ଦେବାକୁ ଧମକ ଦେଇଥିଲା ବୋଲି ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ ଥାନାରେ 212/2025 ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: