🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ଜମି ଖୁଣ୍ଟିଆ ଯାଗା କ୍ଲଵ ରୁମରୁ ଚୋରି ଅଭିଯୋଗରେ ଟାଉନ ଥାନା ଦ୍ୱାରା ଜଣେ ଗିରଫ - NILACHALA SAMACHAR
Article Image

ଜମି ଖୁଣ୍ଟିଆ ଯାଗା କ୍ଲଵ ରୁମରୁ ଚୋରି ଅଭିଯୋଗରେ ଟାଉନ ଥାନା ଦ୍ୱାରା ଜଣେ ଗିରଫ

🗂 Crime | 🕒 07 Aug 2025, 02:30 IST

ପୁରୀ ଜମି ଖୁଣ୍ଟିଆ ଯାଗା କ୍ଲଵ ରୁମରୁ ଚୋରି ଅଭିଯୋଗରେ ଟାଉନ ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ପାରା ନୋଳିଆ ସାହିର ପଦୁ ଭୋଇ ଓରଫ ଦାସ ୩୭ l ଅଭିଯୁକ୍ତ ନିକଟରୁ ଦୁଇଟି ରୂପା କିରଟି, ଗୋଟିଏ ରୂପା ଛତି, ୨ଟି ରୁପା ପେଣ୍ଡି, ୧୨ଟି ରୂପା ଆଖି, ତିନଟି ରୂପା ପତ୍ର, ଚାରିଟି ରୂପା ପାତିଆ, ଗୋଟିଏ ରୂପା ମାଳି, ୩ଟି ସୁନା ତିଳକ, ୩ଟି ସୁନା ଆଖି, ଗୋଟିଏ ସୁନା ପାତ୍ର ଓ ଗୋଟିଏ ସୁନା ପଟିଆ ଜବତ କରାଯାଇଛି l ଜମିଖୁଣ୍ଟିଆ ଯାଗା କ୍ଲଵ ଘରୁ ଚୋରି ଯାଇଥିବା ନେଇ ଗତ 05.02.2025ରିଖ ଅପରାହ୍ନରେ ଟାଉନ ଥାନା ଅନ୍ତର୍ଗତ ମାଣିକର୍ଣ୍ଣିକା ସାହିର ସତ୍ୟ ନାରାୟଣ ଗୁରୁ ଥାନାରେ ଅଭିଯୋଗ କରିଥିଲେ l ସେ ଅଭିଯୋଗ କରିଥିଲେ ଯେ ଜମି ଖୁଣ୍ଟିଆ ଜଗାରେ ପ୍ରବେଶ କରି କ୍ଲବ ରୁମ ଭିତରେ ରଖାଯାଇଥିବା ଆଲମିରାର ତାଲା ଭାଙ୍ଗି ଉପରୋକ୍ତ ଜିନିଷ ଚୋରି ଚୋରି ହୋଇଛି l ଉକ୍ତ ଅଭିଯୋଗ କ୍ରମେ ଥାନା ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା l ଚୋରି ଜିନିଷ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ବିକ୍ରୟ କରିବାକୁ ଚେଷ୍ଟା କରୁଥିବା ସମୟରେ ସୂଚନା ପାଇ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା l ଏବଂ ପଚରାଉଚରା କରିବା ପରେ, ସେ ନିଜର ଦୋଷ ସ୍ୱୀକାର କରିଥିଲା l ସମସ୍ତ ଚୋରି ଜିନିଷ ଉଦ୍ଧାର କରାଯାଇଥିଲା l ପ୍ରାୟ ୬ମାସ ପରେ ଅଭିଯୁକ୍ତ କୁ ଗିରଫ ପରେ ବୁଧବାର କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: