🗂 Crime | 🕒 07 Aug 2025, 16:49 IST
ପୁରୀ, ବନ୍ଧୁକ ଓ ରିଭଲଭର ରଖିବା ଅଭିଯୋଗରେ କୁମ୍ଭାରପଡା ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ନିକଟରୁ ଗୋଟିଏ ବନ୍ଧୁକ ଓ ରିଭଲଭର ଜବତ କରାଯାଇଛି l ଅଭିଯୁକ୍ତର ପରିଚୟ ଘୋଡା ବଜାରର ବାବୁ ଓରଫ ଆଲୋକ କୁମାର ନାୟକ 22 l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଗତକାଲି ରାତ୍ରରେ ପୁଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିବା ବେଳେ ଅଭିଯୁକ୍ତ ବନ୍ଧୁକ ରଖି ବୁଲୁଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା l ପରେ ଉକ୍ତ ଘଟଣା ସ୍ଥଳରେ ଚଢ଼ାଉ କରି ଅଭିଯୁକ୍ତ ଆଲୋକକୁ ଗିରଫ କରିବା ସହ ବନ୍ଧୁକ ଓ ରିଭଲଭର ଜବତ କରିଥିଲା l ଅଭିଯୁକ୍ତ ବିରୁଦ୍ଧରେ ଆର୍ମସ ଆକ୍ଟ ରେ 361/2025 ନମ୍ବର ମାମଲା ରୁଜୁ କରାଯାଇ ଗୁରୁବାର କୋର୍ଟ ଚାଲାଣ କରାଯାଇଥିଲା l
No comments yet.