6 ଘଣ୍ଟିଆ ପୁରୀ ବନ୍ଦ: ଗଡୁନି ଘରୋଇ ବସ, ଦୋକାନ ବଜାର ବନ୍ଦ - NILACHALA SAMACHAR
Article Image

6 ଘଣ୍ଟିଆ ପୁରୀ ବନ୍ଦ: ଗଡୁନି ଘରୋଇ ବସ, ଦୋକାନ ବଜାର ବନ୍ଦ

🗂 Local | 🕒 07 Aug 2025, 18:28 IST

ପୁରୀ ବଳଙ୍ଗା ନାବାଳିକା ପୀଡ଼ିତା ମୃତ୍ୟୁ ଘଟଣାରେ ପୀଡ଼ିତା କୁ ନ୍ୟାୟ ପ୍ରଦାନ ଦାବିରେ ପୁରୀ ଜିଲା ବିଜେଡ଼ି ପକ୍ଷରୁ ଆଜି ୬ ଘଣ୍ଟିଆ ପୁରୀ ବନ୍ଦ ପାଳନ କରାଯାଉଛି। ପୁରୀ ଜିଲ୍ଲା ବିଜେଡ଼ି ପକ୍ଷରୁ ପୁରୀ ଜିଲ୍ଲାରେ ଆଜି ଛଅ ଘଣ୍ଟିଆ ହରତାଳ କରାଯାଉଛି। ସକାଳ ୬ଟା ରୁ ଦିନ ୧୨ ଟା ଯାଏଁ ବିଜେଡ଼ି ପକ୍ଷରୁ ହରତାଳ କରାଯାଉଛି। ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ପାଇଁ ଏହି ହରତାଳ କରାଯାଉଛି। ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କ ଚିକିତ୍ସା ସମୟରେ କିଭଳି ମୃତ୍ୟୁ ହେଲା ଏବଂ ମୃତ୍ୟୁର କାରଣ ଏବେ ସମ୍ପୂର୍ଣ୍ଣ ରହସ୍ୟ ଘେରରେ‌ ରହିଛି। ପୋଲିସ ର ତଦନ୍ତ ଉପରେ ମଧ୍ୟ ବିଜେଡ଼ି ପ୍ରଶ୍ନ ଉଠାଇଛି‌। ଯଥାଶୀଘ୍ର ଘଟଣାର ସତ୍ୟାସତ୍ୟ ସରକାର ଉନ୍ମୋଚନ କରନ୍ତୁ ବୋଲି ବିଜେଡି ଦାବି କରିଛି। ରାଜ୍ୟ ସରକାର ଜାଣିଶୁଣି ଦୋଷୀକୁ ଚିହ୍ନଟ କରୁନଥିବା ବିଜେଡ଼ି ଅଭିଯୋଗ କରିଛି। ସେହିପରି ପୀଡ଼ିତାଙ୍କ ପରିବାର ଉପରେ କଣ ଚାପ ପଡିଲା ଯାହାଫଳରେ ପୀଡ଼ିତାଙ୍କ ବାପା ନିଜର ମତ ପରିବର୍ତ୍ତନ କରାଇଛନ୍ତି। ତୁରନ୍ତ ଏହାର ସତ୍ୟତା ସାମ୍ନାକୁ ନ ଆସିଲେ ବିଜେଡ଼ିର ଆନ୍ଦୋଳନ ଜାରି ରହିବ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି।‌ସେପଟେ ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ରାଜ୍ୟ ସରକାର ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି । 



💬 Leave a Comment

🗨️ Approved Comments

No comments yet.

🔗 Share this article: