ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନ୍ଧାରୀ ଚିକିତ୍ସା, ଲାଇନ ଚାଲିଯିବାରୁ ଟର୍ଚ୍ଚ ଲାଇଟରେ ରୋଗୀ ଦେଖିଲେ ଡାକ୍ତର - NILACHALA SAMACHAR
Article Image

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନ୍ଧାରୀ ଚିକିତ୍ସା, ଲାଇନ ଚାଲିଯିବାରୁ ଟର୍ଚ୍ଚ ଲାଇଟରେ ରୋଗୀ ଦେଖିଲେ ଡାକ୍ତର

🗂 Local | 🕒 07 Aug 2025, 19:21 IST

ପୁରୀ ଅନ୍ଧାରରେ ଚିକିତ୍ସା । ଲାଇନ ଚାଲିଯିବାରୁ ଟର୍ଚ୍ଚ ଲାଇଟରେ ରୋଗୀ ଦେଖିଲେ ଡାକ୍ତର । ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ।

ଗତକାଲି ସନ୍ଧ୍ୟା ୫ଟା ୧୫ରେ ହଠାତ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କଟିଗଲା ଲାଇନ୍ । କାଜୁଆଲିଟି ବିଭାଗରେ ଲାଗିଥିଲା ଲମ୍ବା ଲାଇନ୍ । ଛୋଟ ପିଲାଠାରୁ ଆରମ୍ଭ କରି ଥିଲେ ବୟସ୍କ ରୋଗୀ । ହଠାତ୍ ଅନ୍ଧାର ହେବାରୁ ଯିଏ ଯୁଆଡେ ପାଇଲେ ମୋବାଇଲ୍ ଟର୍ଚ୍ଚ ଅନ୍ କଲେ । ଆଉ ସେଇ ଝାପସା ଆଲୁଅରେ ପ୍ରେସକ୍ରିପସନ୍ ଲେଖି ଚାଲିଥିଲେ ଉପସ୍ଥିତ ଡାକ୍ତର । ଉପସ୍ଥିତ ଦୁଇ ଡାକ୍ତର ଅବଶ୍ୟ ତାଙ୍କ କର୍ତ୍ତବ୍ୟ କରି ଚାଲିଥିଲେ । ହେଲେ ପ୍ରାୟ ଦଶ ମିନିଟ ଏଭଳି ଲାଇନ୍ କଟି ଆସିନଥିଲା । ୫ଟା ୨୫ ମିନିଟ ବେଳକୁ ଆସିଥିଲା ଲାଇନ୍ ।


ଅନ୍ୟପଟେ ବଡ ପ୍ରଶ୍ନ ହସ୍ପିଟାଲର ପାୱାର ବ୍ୟାକଅପ୍ କେଉଁଠି ଥିଲା । ଗୋଟିଏ ପଟେ କାଜୁଆଲିଟିରେ ଲମ୍ବା ଲାଇନ୍ ଅନ୍ୟପଟେ ବିଦ୍ୟୁତ୍ ବିଭ୍ରାଟ । ଏମର୍ଜେନ୍ସିରେ କେମିତି ରୋଗୀ ପାଇବେ ଚିକିତ୍ସା, ତାକୁ ନେଇ ପ୍ରଶ୍ନ ଉଠିଛି ।


💬 Leave a Comment

🗨️ Approved Comments

No comments yet.

🔗 Share this article: