🗂 Crime | 🕒 08 Aug 2025, 20:30 IST
ପୁରୀ ଦିନକୁ ଦିନ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି l କଥା କଥାକେ ହଣାକଟା ବୋମା ମାଡ଼ ହେଉଛି l ଗତକାଲି ବିଳମ୍ବିତ ରାତ୍ରରେ ମୋଚିସାହି ଛକ ନୂଆ ତୋଟା ଯାଗା ନିକଟ କଂଗ୍ରେସ କାର୍ଯ୍ୟାଳୟକୁ ବୋମାମାଡ ବୋମା ମାଡ଼ ହୋଇଛି l ଏହି ବୋମାମାଡ଼ ଦ୍ୱାରା କୌଣସି କ୍ଷୟକ୍ଷତି ହୋଇନାହିଁ l କାର୍ଯ୍ୟାଳୟର ସଟର ଉପରକୁ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି l ଛାତ୍ର ରାଜନୈତିକ ନେଇ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼ ହୋଇଥିବା ଜଣାଯାଇଛି l ଘଟଣା ସ୍ଥଳରେ ପୁଲିସ ପକ୍ଷରୁ ଅନୁସନ୍ଧାନ କରାଯାଇଛି l ବୋମାମାଡ଼ ଘଟଣା ନେଇ ନୂଆତୋଟା ଯାଗା ପକ୍ଷରୁ ପୁଲିସରେ ଅଭିଯୋଗ କରାଯାଇଛି l
No comments yet.