ପୁଲିସକୁ ଆକ୍ରମଣ ଅଭିଯୋଗ, ଜଣେ ଗିରଫ - NILACHALA SAMACHAR
Article Image

ପୁଲିସକୁ ଆକ୍ରମଣ ଅଭିଯୋଗ, ଜଣେ ଗିରଫ

🗂 Crime | 🕒 08 Aug 2025, 20:39 IST


ପୁରୀ, :ଅର୍ବାନ ହାଟ ନିକଟରେ ପୁଲିସ ଗାଡି କାଚ ଭଙ୍ଗିବା ଓ ପୁଲିସକୁ ଆକ୍ରମଣ ମାମଲାରେ ସମୁଦ୍ରକୂଳ ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ୱାଟର ୱାର୍କ୍ସ ରୋଡ ରାମମନ୍ଦିର ନିକଟର ପୁରୁଷୋତ୍ତମ ସେଠୀ ୩୬ l ଏହି ମାମଲାରେ ଅନ୍ୟ ୩ ଅଭିଯୁକ୍ତ ଫେରାର ଥିବା ନେଇ ପୁଲିସ କହିଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଗତକାଲି ସନ୍ଧ୍ୟାରେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ପୁଲିସ କଣ୍ଟ୍ରୋଲରୁମରୁ ଏକ ଖବର ଆସିଥିଲା l ଅର୍ବାନ ହାଟ ନିକଟରେ ଜଣେ ମହିଳାଙ୍କ ସମେତ ୪ରୁ ୫ଜଣ ଯୁବକ ଏକାଠି ହୋଇ ମଦ୍ୟପାନ କରୁଛନ୍ତି l ଉକ୍ତ ଖବର ଅନୁଯାୟୀ ପିସିଆର ଘଟଣା ସ୍ଥଳରେ ପହଂଚିଥିଲେ l ଏହି ସମୟରେ ସେଠାରେ ପୁଲିସ ଉପରକୁ ଆକ୍ରମଣ କରିଥିଲେ l ଇଟା ମାଡ଼ରେ ପୁଲିସ ଗାଡି ସମ୍ମୁଖ ଭାଗ କାଚ ଭାଙ୍ଗି ଯାଇଥିଲା l ଜଣେ ଅଭିଯୁକ୍ତ ପୁରୁଷୋତ୍ତମ ଧରାପଡ଼ିଥିବା ବେଳେ ଅନ୍ୟ ୩ଜଣ ଫେରାର ହୋଇଯାଇଥିଲା l ଘଟଣା ସ୍ଥଳରୁ ଏକ ଭଙ୍ଗା ଇଟା ଜବତ କରିଥିଲା ପୁଲିସ l ଅଭିଯୁକ୍ତ ବିରୁଦ୍ଧରେ 214/2025 ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: