ମରଣାନ୍ତକ ଆକ୍ରମଣ ଅଭିଯୋଗ, ୨ ଗିରଫ - NILACHALA SAMACHAR
Article Image

ମରଣାନ୍ତକ ଆକ୍ରମଣ ଅଭିଯୋଗ, ୨ ଗିରଫ

🗂 Crime | 🕒 08 Aug 2025, 20:41 IST


ପୁରୀ, ମରଣାନ୍ତକ ଆକ୍ରମଣ କରି ଟଙ୍କା ଛଡାଇ ନେବା ଅଭିଯୋଗରେ ସମୁଦ୍ରକୂଳ ଥାନା ପୁଲିସ ଦ୍ୱାରା ୨ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଦ୍ବୟ ହେଲେ ବାଲିନୋଳିଆ ସାହି ସମୁଦ୍ରକୂଳ ସାହିର ଜି ରାମ ଦାସ ୩୭ ଓ ଗୋବିନ୍ଦ ଶଙ୍କର ୨୫ l ଅଭିଯୁକ୍ତ ଙ୍କ ଠାରୁ ଗୋଟିଏ ଭୁଜାଲି l ବାଉଁଶ ବାଡ଼ି ଜବତ କରାଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଗତକାଲି ଗୁରୁବାର ସକାଳେ ଗୌଡ଼ବାଡ଼ ସାହି ମାଛ ମାର୍କେଟ ନିକଟର ବିକାଶ ମହାନ୍ତି ଥାନାରେ ଅଭିଯୋଗ କରିଥିଲେ ଯେ ଗତ ବୁଧବାର ରାତ୍ରରେ ଅଟୋରେ ଘରକୁ ଫେରୁଥିବା ବେଳେ ସମୁଦ୍ରକୂଳ ରାସ୍ତାରେ ଅଭିଯୁକ୍ତ ଦ୍ବୟ ହଠାତ ପହଂଚି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ l ପରେ ବାଉଁଶ ବାଡ଼ିରେ ଆକ୍ରମଣ କରିଥିଲେ l ଯାହା ଫଳରେ ତାଙ୍କ ଶରୀରରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା l ଆକ୍ରମଣ ପରେ ଛୁରୀ ଦେଖାଇ ହତ୍ୟା ଉଦ୍ୟମ କରିଥିଲେ l ଏଥିସହ ୨୫୦୦ ଟଙ୍କା ଛଡ଼ାଇ ନେଇଥିଲେ ବୋଲି ବିକାଶ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ 215/2025 ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ ପରେ ଗୁରୁବାର କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: