🗂 Crime | 🕒 09 Aug 2025, 00:55 IST
ପୁରୀ ଖଣ୍ଡିଆବନ୍ଧ ଚୈତନ୍ୟ ମନ୍ଦିର ନିକଟରେ ଥିବା କବାଡିଆ ଦୋକାନରୁ ଚୋରି ଅଭିଯୋଗରେ ସଦର ଥାନା ଦ୍ୱାରା ୩ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ମାନେ ହେଲେ ସଦର ଥାନା ଅନ୍ତର୍ଗତ ଅଠରନଳାର ଅଶୋକ ମଲ୍ଲିକ, ଚାରିନଳାର ଚିତ୍ତ ରଞ୍ଜନ ମହାରଣା ଓ ଖଣ୍ଡିଆବନ୍ଧର ବବୁଲ ଜେନା l ଅଭିଯୁକ୍ତ ମାନଙ୍କ ନିକଟରୁ ୨୬ହଜାର ୬୩୦ଟଙ୍କା ଓ ମୋବାଇଲ ଜବତ କରାଯାଇଛି l ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ ସୂଚନା ଦେଇଥିଲେ ଯେ ଖଣ୍ଡିଆବନ୍ଧ ଚୈତନ୍ୟ ମନ୍ଦିର ନିକଟରେ ଖୋର୍ଦ୍ଧା ଜିଲ୍ଲା ହଳଦୀପଡାର ପ୍ରଶାନ୍ତ ବେହେରା ଖଣ୍ଡିଆବନ୍ଧ ଚୈତନ୍ୟ ମନ୍ଦିର ନିକଟରେ କବାଡିଆ ଦୋକାନ କରିଥିଲେ l ଗତ ଗୁରୁବାର ରାତ୍ରରେ ଅଭିଯୁକ୍ତ ମାନେ କବାଡିଆ ଦୋକାନ ଭିତରେ ପଶି ୨୬ହଜାର ୬୩୦ଟଙ୍କା ଓ ମୋବାଇଲ ଚୋରି କରିଥିଲେ l ପ୍ରଶାନ୍ତ ଶୁକ୍ରବାର ସକାଳେ ଥାନରେ ଅଭିଯୋଗ କରିଥିଲେ l ଥାନାରେ 454/2025 ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ ଶୁକ୍ରବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିଲା l
No comments yet.