🗂 Local | 🕒 09 Aug 2025, 01:10 IST
ପୁରୀ ବାଲୁକାକଳାରେ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା । ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ ପୁରୀର ସ୍ୱର୍ଣ୍ନାଭ ବେଳାଭୂମିରେ ବିଶାଳ ରାକ୍ଷୀ ମଧ୍ୟରେ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ପୁରୀ ବେଳାଭୂମିରେ ପଦ୍ମଫୁଲ ମଧ୍ୟରେ ମହାପ୍ରଭୁଙ୍କ ମୁଖମଣ୍ଡଳ ଗଢି ରାକ୍ଷୀର ରୂପରେଖ ଦେଇଛନ୍ତି । ଏଥିସହ ପବିତ୍ର ରକ୍ଷା ବନ୍ଧନର ଶୁଭେଚ୍ଛା ଦେବାସହ ଜୟ ଜଗନ୍ନାଥ ବୋଲି ବାଲୁକାକଳାରେ ଲେଖିଛନ୍ତି ସୁଦର୍ଶନ।
No comments yet.