ମହିଳାଙ୍କୁ ଯୌନ ନିର୍ଯାତନା, ଜଣେ ଗିରଫ - NILACHALA SAMACHAR
Article Image

ମହିଳାଙ୍କୁ ଯୌନ ନିର୍ଯାତନା, ଜଣେ ଗିରଫ

🗂 Crime | 🕒 09 Aug 2025, 20:07 IST


ପୁରୀ, ହୋଟେଲ ରୁମରେ ମହିଳାଙ୍କୁ ଜୋରଜବର ଦସ୍ତ ଯୌନ ନିର୍ଯାତନା ଦେବା ଅଭିଯୋଗରେ କୁମ୍ଭାରପଡା ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ମାର୍କଣ୍ଡେଶ୍ୱର ସାହିର ପପୁନା ଓରଫ ପ୍ରୀତିରଞ୍ଜନ ଦାସ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଜଣେ ମହିଳା ହୋଟେଲରେ କାମ କରିବା ପାଇଁ ପୁରୀ ଆସିଥିଲେ l ମହିଳା ଜଣକ ପପୁନା ଓରଫ ପ୍ରୀତିରଞ୍ଜନଙ୍କ ସହ ଦେଖା ହୋଇଥିଲା l ପରେ ପ୍ରୀତିରଞ୍ଜନ ମହିଳାଙ୍କୁ ଗତ ଶୁକ୍ରବାର ଚିନ୍ମୟ ଲଜକୁ ନେଇଥିଲେ l ପରେ ସେଠାରେ ମହିଳାଙ୍କୁ ଜୋର ଜବର ଦସ୍ତ ଯୌନନିର୍ଯାତନା ଦେବାସହ ମହିଳାଙ୍କ ଗାଲକୁ ପ୍ରୀତିରଞ୍ଜନ କାମୁଡିଦେଇଥିଲେ l ଏନେଇ ମହିଳା ଜଣକ କୁମ୍ଭାରପଡା ଥାନାରେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ 363/2025 ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ ପରେ ଶନିବାର କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: