🗂 Crime | 🕒 11 Aug 2025, 00:36 IST
ପୁରୀ, ଭାରତୀପୁର ମଙ୍ଗଳା ମନ୍ଦିର ନିକଟରେ ଘରେ ଭିତରୁ ମୋବାଇଲ ଚୋରି କରିବା ଅଭିଯୋଗ ସଦର ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ଭାରତୀପୁରର ବାପି ଓରଫ ବଳରାମ ପାତ୍ର ୨୭ l ଅଭିଯୁକ୍ତ ନିକଟରୁ ୨ଟି ମୋବାଇଲ ଜବତ କରିଛି ପୁଲିସ l ଗତ ୮ତାରିଖ ରାତ୍ରରେ ଘରୁ ମୋବାଇଲ ଚୋରି ହୋଇଥିବା ନେଇ ଜାନକୀ ପାତ୍ର ଥାନାରେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ ୪୫୮/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ ପରେ ଅଭିଯୁକ୍ତକୁ ଗିରଫ କରାଯାଇ ରବିବାର କୋର୍ଟ ଚାଲାଣ କରାଯାଇଥିଲା l ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା l
No comments yet.