🗂 Local | 🕒 11 Aug 2025, 00:49 IST
ପୁରୀ, ଜାତୀୟ ରାଜପଥ ବୀରଗୋବିନ୍ଦ ପୁର ଛକ ନିକଟରେ ବାଇକ ଧକ୍କାରେ ଗୋଟିଏ ଷଣ୍ଢର ମୃତ୍ୟୁ ଘଟିଥିବା ବେଳେ ବାଇକ ଚାଳକ ଆହତ ହୋଇଛନ୍ତି l ବାଇକ ଚାଳକଙ୍କ ପରିଚୟ ୱାଟରୱାର୍କ୍ସ ରୋଡର ପୂର୍ଣ୍ଣନନ୍ଦ ପଟ୍ଟନାୟକ 48 l ଘଟଣାରୁ ପ୍ରକାଶ ଯେ ପୂର୍ଣ୍ଣନନ୍ଦ ତାଙ୍କର OD13N4227 ନମ୍ବର ବିଶିଷ୍ଟ ବାଇକ ଯୋଗେ ଷ୍ଟେସନ ଛକର ସୋମନାଥ ସିଂହ ଙ୍କୁ ବାଇକରେ ବସାଇ ଭୁବନେଶ୍ୱର ପଟୁ ପୁରୀ ଆସୁଥିଲେ l ରବିବାର ଭୋର ସମୟରେ ଜାତୀୟ ରାଜପଥ ଉପରେ ଶୋଇଥିବା ଏକ ଷଣ୍ଢ ଦେହରେ ବାଇକ ଧକ୍କା ହୋଇଥିଲା l ଏଥିରେ ଘଟଣା ସ୍ଥଳରେ ଷଣ୍ଢ ଟିର ମୃତ୍ୟୁ ଘଟିଥିବା ବେଳେ ପୂର୍ଣ୍ଣନନ୍ଦ ଆହତ ହୋଇଥିଲେ l ଘଟଣା ସ୍ଥଳରେ ହାଇୱେ ପାଟ୍ରୋଲିଂରେ ଥିବା ଏସପିଓ ଗଗନ ବିହାରୀ ସ୍ୱାଇଁ ଓ ଅନ୍ୟ କର୍ମଚାରୀ ମାନେ ଆହତଙ୍କୁ ମେଡିକାଲ ପଠାଇଥିଲେ l ପରେ ସତ୍ୟବାଦୀ ଥାନାକୁ ଅବଗତ କରାଇଥିଲେ l
No comments yet.