ଦାଦାବଟି ଆଦାୟ କରି ୩ଗିରଫ - NILACHALA SAMACHAR
Article Image

ଦାଦାବଟି ଆଦାୟ କରି ୩ଗିରଫ

🗂 Crime | 🕒 11 Aug 2025, 23:43 IST


ପୁରୀ, ୧୧/୮ : ବୀର ବଳଭଦ୍ରପୁର ଓଭର ବ୍ରିଜ ନିକଟରେ ଦାଦାବଟି ଆଦାୟ ଅଭିଯୋଗରେ ଚନ୍ଦନପୁର ଥାନା ପୁଲିସ ଦ୍ୱାରା ୩ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ମାନେ ହେଲେ ସଦର ଥାନା ଅନ୍ତର୍ଗତ ବାଟଗାଁର ସୁରେନ୍ଦ୍ର ମଲ୍ଲିକ 20, ମଳୟ ଶତପଥୀ 20 ଓ ଅରକ୍ଷିତ ରାଉତ 28 l ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟିଏ ଖଣ୍ଡା, ଓଡି 13ୟୁ 0964 ନମ୍ବର ବିଶିଷ୍ଟ ବାଇକ ଓ 1350ଟଙ୍କା ଜବତ କରାଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ସୋମବାର ସକାଳେ ତୁଳସୀଚଉରା ଛକ ଠାରେ ପୁଲିସ ପକ୍ଷରୁ ପାଟ୍ରୋଲିଂ ଓ ଏମଭି ଚେକିଂ ଚାଲିଥିବା ବେଳେ ଅଭିଯୁକ୍ତ ମାନେ ବୀର ବଳଭଦ୍ର ପୁର ଓଭର ବ୍ରିଜ ନିକଟରେ ଢ଼ାବା ଓ ହୋଟେଲ ଠାରୁ ଦାଦାବଟି ଆଦାୟ କରୁଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା l ଉକ୍ତ ଖବର ଅନୁଯାୟୀ ପୁଲିସ ଘଟଣା ସ୍ଥଳରେ ଚଢ଼ାଉ କରି ୩ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା l ପରେ ୧୭୧/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: