🗂 Local | 🕒 12 Aug 2025, 20:26 IST
ପୁରୀ ୧୨.୦୮.୨୦୨୫ ରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ କମିଶନ ର ନବନିଯୁକ୍ତ ଅଧ୍ୟକ୍ଷା ବବିତା ପାତ୍ର ଙ୍କ ସମେତ କମିଶନ ର ସଦସ୍ୟା ଶ୍ରୀମତୀ ଚନ୍ଦନା ଦାସ, ଶ୍ରୀମତୀ କଳ୍ପନା ଲେଙ୍କା, ଶ୍ରୀମତୀ ମନସ୍ମିତା ଖୁଣ୍ଟିଆ ଏବଂ ଶ୍ରୀମତୀ ସୁଜାତା ନାୟକ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସହିତ ଆଶୀର୍ବାଦ ଭିକ୍ଷା କରିଥିଲେ। ଅଧ୍ୟକ୍ଷା ଓ ସଦସ୍ୟା ମାନେ ପୁରୀ ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହ ଠାରେ ପହଂଚିବା ପରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଓ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସ୍ୱାଗତ ଜଣାଇଥିଲେ। ଏହାପରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଶିଶୁ ସୁରକ୍ଷା ଯୋଜନା ଗୁଡିକ ଯଥା; ମିଶନ ବାତ୍ସଲ୍ୟ, ଯଶୋଦା, ଆଶୀର୍ବାଦର ସ୍ଥିତି ସମ୍ବନ୍ଧରେ ଆଲୋଚନା କରିଥିଲେ। ଭବିଷ୍ୟତରେ ଶିଶୁ ସୁରକ୍ଷା କୁ ଅଗ୍ରାଧିକାର ପ୍ରଦାନ ପୂର୍ବକ ସମସ୍ତ ଶିଶୁ ମାନଙ୍କ ଅଧିକାର ପୂରଣ ଦିଗରେ ଆୟୋଗ ନିଷ୍ଠାର ସହିତ କାର୍ଯ୍ୟ କରିବ ବୋଲି ଅଧ୍ୟକ୍ଷା କହିଥିଲେ।
No comments yet.