🗂 Local | 🕒 13 Aug 2025, 15:47 IST
ପୁରୀ ଧମକ ଦେଇଥିବା ବ୍ୟକ୍ତି ଚିହ୍ନଟ । ପଚରାଉଚରା କରୁଛି ପୋଲିସ । ସିସିଟିଭି ଫୁଟେଜ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଜଣକୁ ଚିହ୍ନଟ କରିଛି ପୋଲିସ । ତାଙ୍କୁ ସିଂହଦ୍ବାର ଥାନାକୁ ଆଣି ପଚରାଚଉରା କରାଯାଉଛି । ସେ ଜଣେ ମାନସିକ ବିକାର ଗସ୍ତ ବ୍ୟକ୍ତି । ସେ ନିଜେ ଲେଖିଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି । ତେବେ କେବେ ଓ କଣ ପାଇଁ ଲେଖିଥିଲେ ସେ ନେଇ ପଚରା ଉଚୁରା କରାଯାଉଛି । ପୂର୍ବରୁ ମଧ୍ୟ ପାରିବାରିକ ସମସ୍ୟା ନେଇ ସେ ଏଭଳି ଆଚରଣ କରିଥିବା ଜଣାପଡ଼ିଛି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବୁଢୀ ମାଆ ମନ୍ଦିର କାନ୍ଥରେ ଧମକପୂର୍ଣ୍ଣ ବାର୍ତ୍ତା ! ଲେଖିଥିଲେ ଅଭିଯୁକ୍ତ। ଏହି ବ୍ୟକ୍ତିଙ୍କ ବୟସ ପ୍ରାୟ ୬୫ ବର୍ଷ ହେବ। ଧରି ଆଣିବା ସମୟରେ ସେ ପୋଲିସ ସହ ପ୍ରବଳ ପାଟିତୁଣ୍ଡ ବି କରିଥିଲେ । ସିଂହଦ୍ବାର ଥାନାରେ ସିନ ରିକ୍ରିଏଟ କରିଛି ପୋଲିସ । ମନ୍ଦିର କାନ୍ଥରେ ଲେଖାଯାଇଥିବା ଧମକପୂର୍ଣ୍ଣ ବାର୍ତ୍ତାକୁ ଫଟୋଗ୍ରାଫି ଓ ଭିଡିଓଗ୍ରାଫି ପରେ ଲିଭାଇ ଦେଇଥିଲା ପ୍ରଶାସନ ।
No comments yet.