🗂 Crime | 🕒 14 Aug 2025, 00:55 IST
ପୁରୀ, ୧୩/୮ : ଅଟୋ ଚୋରି କରିବା ଅଭିଯୋଗ ରେ ଚନ୍ଦନପୁର ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ବୀରପ୍ରତାପୁର ମଣ୍ଟୁ ଓରଫ ରାଜେଶ କୁମାର ନନ୍ଦ ୩୧ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଚନ୍ଦନପୁର ଥାନା ଅଧିନ ବସନ୍ତ ପାଟଣାର ଅଚ୍ୟୁତ ମଲ୍ଲିକ ଗତ 12ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ ଗତ ୭.୦୮.୨୦୨୫ ରିଖ ରେ ସେ ତାଙ୍କର ଅଟୋ ନମ୍ବର : OD33W-8781 ଟିକୁ ସବୁଦିନ ଭଳି ବସନ୍ତ ପାଟଣା ଘରଠାରେ ରାତିରେ ରଖି ଘରେ ଶୋଇଥିଲେ l ପରେ ସକାଳୁ ଉଠି ଦେଖିଲେ ଯେ କେହି ଜଣେ ଅଜଣା ଦୃବୁତ୍ତ ତାଙ୍କର ସେହି ଅଟୋଟିକୁ ଚୋରାଇ ନେଇଯାଇଛି । ଉକ୍ତ ଅଭିଯୋଗ କ୍ରମେ ୧୭୪/୨୫ ନମ୍ବର ମାମଲା ରୁଜୁ କରାଯାଇ ପୁଲିସ ଦ୍ୱାରା ତଦନ୍ତ କରାଯାଇଥିଲା l ତଦନ୍ତରୁ ଜଣାଗଲା ଯେ , ବୀରପ୍ରତାପପୁର ଗ୍ରାମ ର ମଣ୍ଟୁ ଓରଫ ରାଜେଶ କୁମାର ନନ୍ଦ ଅଭିଯୋଗକାରୀଙ୍କ ଅଜାଣତରେ ତାଙ୍କର ଅଟୋ ଟିକୁ ଗତ ତା ୦୭.୦୮.୨୦୨୫ ରିଖ ରାତ୍ର ରେ ଗୋଟିଏ ନକଲି ଚାବିରେ ଷ୍ଟାର୍ଟ କରି ଚୋରୀ କରି ନେଇ ବୀରପ୍ରତାପପୁର ଗ୍ରାମରେ ଥିବା ଅଧିଷ୍ଟ୍ରାଥି ଦେବୀ ମା କାମରୂପା କାଳୀ ମନ୍ଦିର ପାଖରେ ଥିବା, ଚକ୍ରବର୍ତୀ ବାଡି ରେ ଗୋଟିଏ ବୁଡୁବୁଦିଆ ଜଙ୍ଗଲରେ ପାଲ ଓ ଡାଳପତ୍ର ଘୋଡାଇ, ଖଣ୍ଡ ଖଣ୍ଡ କରି କାଟି କବାଡିଆ କୁ ବିକ୍ରି କରିବ ବୋଲି ଲୁଚାଇ ରଖିଥିଲା। ପୁଲିସର ତଦନ୍ତ ବେଳେ ସାକ୍ଷୀ ମାନଙ୍କ ସମୁଖ ରେ ଲୁଚାଇ ରଖିଥିବା ଯାଗା ରୁ ଚୋରୀ ଯାଇଥିବା ଅଟୋ ଟିକୁ ବାହାର କରି ପୁଲିସ କୁ ଦେବାରେ ଉକ୍ତ ଚୋରୀ ଯାଇଥିବା ଅଟୋ ଟିକୁ ଉଧାର ଓ ଜବତ କରାଯାଇ, ଅଭିଯୋଗକାରୀଙ୍କୁ ହସ୍ତାନ୍ତର କରାଯାଇଛି । ଅଭିଯୁକ୍ତ ମଣ୍ଟୁ ଓରଫ ରାଜେଶ କୁମାର ନନ୍ଦ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲ୍ଲାଣ କରାଯାଇଛି।
No comments yet.