ପିପିଲିରେ ନିଆଁ ଲାଗି ଜଣେ ମହିଳା ପୋଡ଼ି ଯିବା ଘଟଣା। ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ପୁରୀର ଅତିରିକ୍ତ ଏସପି ସଚିନ୍ ପଟେଲ - NILACHALA SAMACHAR
Article Image

ପିପିଲିରେ ନିଆଁ ଲାଗି ଜଣେ ମହିଳା ପୋଡ଼ି ଯିବା ଘଟଣା। ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ପୁରୀର ଅତିରିକ୍ତ ଏସପି ସଚିନ୍ ପଟେଲ

🗂 Local | 🕒 14 Aug 2025, 14:39 IST

ପୁରୀ ପିପିଲିରେ ନିଆଁ ଲାଗି ଜଣେ ମହିଳା ପୋଡ଼ି ଯିବା ଘଟଣା। ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ପୁରୀର ଅତିରିକ୍ତ ଏସପି ସଚିନ୍ ପଟେଲ। ଏହା ଏକ ଆତ୍ମହତ୍ୟା ମାମଲା। ଘଟଣାସ୍ଥଳରୁ ଏକ କିରୋସିନି ବୋତଲ ପୋଲିସ ଜବତ କରିଛି। ଏକ ସୁଇସାଇଡ୍ ନୋଟ୍ ମଧ୍ୟ ପୋଲିସ ଜବତ କରିଛି। ଏହି ଘଟଣାରେ କେହି ଦାୟି ନଥିବା ସୁଇସାଇଡ ନୋଟରେ ମହିଳା ଜଣକ ଉଲ୍ଲେଖ କରିଛନ୍ତି। ଅତ୍ୟଧିକ ରୁଣ ଭାର ସହିନପାରି ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।‌ ଏହି ଘଟଣାକୁ ନେଇ ଅନୁସନ୍ଧାନ ଜାରି ରହିଥିବା ବେଳେ କୌଣସି ସମସ୍ୟାକୁ ନେଇ ମହିଳା ଜଣକ‌ ଥାନାରେ ପୂର୍ବରୁ କୌଣସି ସୂଚନା ଦେଇ ନଥିଲେ। ଏହା ତାଙ୍କ ବ୍ୟକ୍ତିଗତ ଘଟଣା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଆହତ ମହିଳା ଅର୍ଚ୍ଚନା ଦାସ ଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ଵର ଏମ୍ସ ରେ ଭର୍ତ୍ତି କରାଯାଇଛି। ମହିଳା ଙ୍କ ଶରୀର 90 ପ୍ରତିଶତ ପୋଡି ଯାଇଚି। ତାଙ୍କ ସ୍ବାସ୍ଥ୍ୟ ଗୁରୁତର ରହିଛି। ଭେଣ୍ଟିଲେଟର ରେ ଅଛନ୍ତି।


💬 Leave a Comment

🗨️ Approved Comments

No comments yet.

🔗 Share this article: