🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହିତ ଆଶିଷ ଲାଭ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। - NILACHALA SAMACHAR
Article Image

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହିତ ଆଶିଷ ଲାଭ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

🗂 Local | 🕒 14 Aug 2025, 15:15 IST

ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହିତ ଆଶିଷ ଲାଭ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସକାଳୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଧର୍ମପତ୍ନୀଙ୍କ ସହ ଶ୍ରୀମନ୍ଦିର ଆସିଥିଲେ। ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପହଞ୍ଚିବା ପରେ ପୁରୀ ଜିଲ୍ଲାପାଳ ଓ ସେବାୟତ ତାଙ୍କୁ ସ୍ବାଗତ କରିଥିଲେ। ଶ୍ରୀମନ୍ଦିର ଭିତରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପରେ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ। 


କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପ୍ରତିକ୍ରିୟାରେ ରେ କହିଛନ୍ତି, ଆଜୀ ମୁଁ ବହୁତ୍ ସୌଭାଗ୍ୟଶାଳି। ମହାପ୍ରଭୁ ଙ୍କ ଦର୍ଶନ ଲାଭ କଲି। ମହାପ୍ରଭୁ ଙ୍କୁ ପ୍ରାର୍ଥନା କରିଚି ଆମ ରାଜ୍ୟ ଓ ଦେଶ କୁ ଆଶୀର୍ବାଦ ଦିଅନ୍ତୁ। ସମସ୍ତ ଙ୍କ ଜୀବନ ରେ ଖୁସି, ସମୃଦ୍ଧି ଓ ବିକାଶ ହେଉ। ଆମ ରାଜ୍ୟରେ ଅନେକ ଇଂଲିଶ ମିଡିୟମ ସ୍କୁଲ ଖୋଲିଛି। ସେଠାରେ ମୂଳରୁ ଓଡିଆ ଭାଷା ଶିକ୍ଷା ଦିଆଯାଉ ବୋଲି ଜଣେ ଶିକ୍ଷକ ମତେ ପରାମର୍ଶ ଦେଇଥିଲେ। ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 2020 ରେ ଜାତିୟ ଶିକ୍ଷା ନୀତି ପ୍ରଣୟନ କଲେ ଯାହାକୁ କାର୍ଯ୍ୟକାରୀ କରିବାରେ ମତେ ସୌଭାଗ୍ୟ ମିଳିଚି। ସେଥିରେ ସ୍ପଷ୍ଟ୍ ଭାବରେ ଉଲ୍ଳେଖ ଅଛି ଅଙ୍ଗନବାଡ଼ି ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଙ୍କୁ ପାଠ ପଡ଼ିବାର ମାଧ୍ୟମ ମାତୃଭାଷା ହିଁ ହେବ। ଏଣୁ ଓଡ଼ିଶାର ପ୍ରତ୍ୟେକ ସ୍କୁଲ ରେ ମୂଳରୁ ଓଡିଆ ସମେତ ଇଂଲିଶ କୁ ବି ଓଡିଆ ରେ ପଢ଼ାଇବା ନେଇ ମୁଁ ରାଜ୍ୟ ସରକାର ଙ୍କୁ ଓ ସ୍କୁଲ ପରିଚାଳନା କରୁଥିବା ବନ୍ଧୁ ମାନଙ୍କୁ ମୁଁ ପରାମର୍ଶ ଦେବି।



💬 Leave a Comment

🗨️ Approved Comments

No comments yet.

🔗 Share this article: