ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ‌ ୭୯ ତମ ସ୍ୱାଧୀନତା ଦିବସ ସମାରୋହରେ ପାଳିତ ହୋଇଯାଇଛି। - NILACHALA SAMACHAR
Article Image

ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ‌ ୭୯ ତମ ସ୍ୱାଧୀନତା ଦିବସ ସମାରୋହରେ ପାଳିତ ହୋଇଯାଇଛି।

🗂 Local | 🕒 15 Aug 2025, 15:28 IST

ପୁରୀର ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ‌ ୭୯ ତମ ସ୍ୱାଧୀନତା ଦିବସ ସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଆଇନ୍, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ୪୬ ଟି କଣ୍ଟିଜେଣ୍ଟ ପରେଡରେ ଅଂଶଗ୍ରହଣ କରିଥିଲେ। ଏହି କଣ୍ଟିଜେଣ୍ଟରେ ଶ୍ରୀମନ୍ଦିର ସୁରକ୍ଷା ବାହୀନି ପ୍ରଥମଥର ପାଇଁ ଅଂଶଗ୍ରହଣ କରିଥିବା ବେଳେ ହୋମଗାର୍ଡ ବାହିନୀ ଓ ବିଭିନ୍ନ କଲେଜ ତଥା ସ୍କୁଲର ଏନସିସି ଛାତ୍ରଛାତ୍ରୀ, ସ୍କାଉଟ ଓ ଗାଇଡ଼‌ କଣ୍ଟିଜେଣ୍ଟ ଅଂଶଗ୍ରହଣ କରିଥିଲେ। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଏସପି ପିନାକ ମିଶ୍ର ପତାକା ଉତ୍ତୋଳନ ସମୟରେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ସମ୍ବୋଧନ କରିବା ଅବସରରେ ପୁରୀର ପୂଜ୍ୟପୂଜା ମାନଙ୍କ ଦେଶ ପ୍ରେମ ଏବଂ ସମାଜ ସଂସ୍କାର ଉପରେ ଆଲୋକପାତ କରାଇଥିଲେ। ପରେଡ଼ ଉତ୍ସବରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ସାମିଲ ଥିଲେ। ଏହି ଅବସରରେ ଅନେକ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଆଶା, ଅଙ୍ଗନବାଡ଼ି, ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟରେ ନୂତନ ସରକାର ଶାସନକୁ ଆସିବାର ୧୩ ମାସ ପୁରଣ ହୋଇଛି। ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ‌ ଆୟୋଜିତ ସ୍ବାଧୀନତା ଦିବସ ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ତେବେ 

ମହାପ୍ରଭୁଙ୍କ ପ୍ରଚାର, ପ୍ରସାର ସହ ଭକ୍ତଙ୍କ ପାଇଁ ସମସ୍ତ ବ୍ୟବସ୍ଥା କିଭଳି ଗ୍ରହଣ କରାଯାଇପାରିବ ସେ ଉପରେ ସରକାର ବିଶେଷ ଗୁରୁତ୍ବ ଦେଇଛନ୍ତି।‌ ସେପଟେ ଆସନ୍ତା ଏକ ସପ୍ତାହ ମଧ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବ ବୋଲି ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ପରିଚାଳନା କମିଟି ଗଠନ ନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ପରିଚାଳନା କମିଟି ଗଠନ ହେବା ପରେ ଏକ ହାଇଲେବଲ୍ କମିଟି ଦ୍ବାରା ରତ୍ନଭଣ୍ଡାରର ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ। ଏହି ଗଣତି ମଣତି କାର୍ଯ୍ୟ ଆରବିଆଇ ର ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କରାଯିବ। ସେହିପରି ଆଗାମୀ ରଥଯାତ୍ରା ପାଇଁ ଖୁବଶୀଘ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ। ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ କିଭଳି ଶୃଙ୍ଖଳିତ ଏବଂ ସୁପରିଚାଳନା କରାଯାଇପାରିବ ସେନେଇ ଏହି ବୈଠକର ମୂଳ ଲକ୍ଷ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ରଥଯାତ୍ରା ସମ୍ପର୍କିତ ବିଭିନ୍ନ ସମସ୍ୟାର ସମାଧାନ, ଠାକୁରଙ୍କ ନୀତି କାନ୍ତି କିଭଳି ସୁଚାରୁରୂପେ ହେବ ସେନେଇ ଆଲୋଚନା ହେବ ଏହି ବୈଠକରେ। 

💬 Leave a Comment

🗨️ Approved Comments

No comments yet.

🔗 Share this article: