ଅସ୍ତରଙ୍ଗ ଥାନା ଆଇଆଇସି ସସପେଣ୍ଡ, ବିରୋଧରେ ଥିଲା ଦୁର୍ନୀତି ଅଭିଯୋଗ - NILACHALA SAMACHAR
Article Image

ଅସ୍ତରଙ୍ଗ ଥାନା ଆଇଆଇସି ସସପେଣ୍ଡ, ବିରୋଧରେ ଥିଲା ଦୁର୍ନୀତି ଅଭିଯୋଗ

🗂 Local | 🕒 15 Aug 2025, 21:25 IST

 ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଆଇଆଇସି ସସପେଣ୍ଡ । ଦୁର୍ନୀତିରେ ସଂପୃକ୍ତି ଅଭିଯୋଗରେ ଆଇଆଇସି ରାଜେଶ ବଳିଆରସିଂଙ୍କୁ ସସପେଣ୍ଡ କଲେ ପୋଲିସ ଡିଜି ୱାଇ. ବି ଖୁରାନିଆ । କୋରାପୁଟ ଜିଲ୍ଲା ଜୟପୁର ଥାନାରେ ସେ ସବ ଇନିସ୍ପେକ୍ଟର ଥିବା ବେଳେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା । ପରବର୍ତ୍ତୀ ସମୟରେ ସେ ଅସ୍ତରଙ୍ଗ ଆଇଆଇସି ଭାବେ ନିଯୁକ୍ତ ହୋଇଥିଲେ । ତଦନ୍ତ ରିପୋର୍ଟ ରାଜେଶଙ୍କ ବିରୋଧରେ ଆସିବା ପରେ ପୋଲିସ ଡିଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।



💬 Leave a Comment

🗨️ Approved Comments

No comments yet.

🔗 Share this article: