🗂 Local | 🕒 16 Aug 2025, 20:44 IST
ସେହିପରି ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ମାନଙ୍କରେ ନନ୍ଦୋତ୍ସବ ବେଶ୍ ଧୁମଧାମରେ ପାଳନ କରାଯାଉଛି। ଗତକାଲି ଶ୍ରୀକୃଷ୍ଣ ଜନ୍ମୋତ୍ସବରେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଆଜି ମଧ୍ୟ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଭକ୍ତମାନେ ଆତ୍ମବିଭୋର ଓ ଭାବବିହ୍ବଳ ହୋଇଛନ୍ତି। ତେବେ ଆଜି ନନ୍ଦୋତ୍ସବ ନୀତି ପାଳନ ହେଉଥିବା ବେଳେ ଆସନ୍ତା ଦିନ ମାନଙ୍କରେ ବନ ଭୋଜି ବେଶ, କୋଳି ବିକା ନୀତି, ବକାସୁର, ଅର୍ଘାସୁର ଭଳି ସବୁ ଅସୁର ବଧ ନୀତି ପାଳନ ହେବାର ବିଧି ରହିଛି। ସେହିପରି କାଳୀୟଦଳନ ନୀତି ବେଶ ଠାରୁ କୃଷ୍ଣ ବଳରାମ ବେଶ, ବସ୍ତ୍ରହରଣ, ମଥୁରା ହାଟ ଓ କଂସ ବଧ ନୀତି ଆଦି ପାଳନ ହେବ ବୋଲି କହିଛନ୍ତି ସେବାୟତ।
ଗତକାଲି ପ୍ରଭୁ ଶ୍ରୀକୃଷ୍ଣ ଧରାବତରଣ କରିଥିବା ବେଳେ କଂସବଦ୍ଧ ପର୍ଯ୍ୟନ୍ତ ସମସ୍ତ ନୀତି ଶ୍ରୀମନ୍ଦିରରେ ପାଳନ ହେବ। ଏହି ନୀତି ଦେଖିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।
No comments yet.