ଘରେ ପଶି ଚୋରି, ଜଣେ ଗିରଫ - NILACHALA SAMACHAR
Article Image

ଘରେ ପଶି ଚୋରି, ଜଣେ ଗିରଫ

🗂 Crime | 🕒 17 Aug 2025, 11:14 IST


ପୁରୀ, ପେଣ୍ଠକଟା ତାରିଣୀବସ୍ତି ଧୋବାଖାଲରେ ଘରେ ପଶି ଚୋରି ଅଭିଯୋଗରେ ସମୁଦ୍ରକୂଳ ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ଧୋବାଖାଲ ତାରିଣୀ ବସ୍ତିର କାର୍ତ୍ତିକ ରାଉତ l ଅଭିଯୁକ୍ତ ନିକଟରୁ ଗୋଟିଏ ଅଟୋ ଚାର୍ଜର ଓ ଗୋଟିଏ ମୋବାଇଲ ଜବତ କରାଯାଇଛି l ଗତ 15 ତାରିଖରେ ତାରିଣୀ ବସ୍ତି ଧୋବାଖାଲର ମିନାକ୍ଷୀ ରାଉତରାୟ ନାମ୍ନୀ ଜଣେ ମହିଳା ଥାନାରେ ଅଭିଯୋଗ କରିଥିଲେ ଯେ ଗତ 24ତାରିଖ ରାତ୍ରରେ ସେ ଘରେ ଶୋଇଥିବା ବେଳେ ଘର ଦ୍ୱାରଖୋଲି ଅଭିଯୁକ୍ତ ୨ଟି ମୋବାଇଲ ଓ ଅଟୋ ଚାର୍ଜର ଚୋରି କରିଥିଲା l ଉକ୍ତ ଅଭିଯୋଗ କ୍ରମେ ଥାନାରେ 223/2025 ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ ପରେ ଶନିବାର କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: