ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବ୍ଲେଡ ରେ ଆକ୍ରମଣ, ଜଣେ ଛାତ୍ର ଗୁରୁତର - NILACHALA SAMACHAR
Article Image

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବ୍ଲେଡ ରେ ଆକ୍ରମଣ, ଜଣେ ଛାତ୍ର ଗୁରୁତର

🗂 Crime | 🕒 17 Aug 2025, 22:42 IST


ପୁରୀ, ରବିବାର ରାତ୍ରରେ ଏକ ଅଭାବନୀୟ ଘଟଣା ଘଟିଛି l ନୀଳାଦ୍ରୀ ବିଚ ପାର୍କ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବ୍ଲେଡ ଆକ୍ରମଣରେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି l ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି l ଗୁରୁତର ଛାତ୍ର ଜଣକ ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରର ଜଗଦୀଶ ବରାଳ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଜୁନିଅର ଛାତ୍ର ଜଗଦିଶ ଙ୍କ ବେକ କାଟି ଦେଇଥିବା ବେଳେ ସମୁଦ୍ର କୂଳ ଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: