ଘରେ ପଶି ଚୋରି ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଦେବା ଅଭିଯୋଗରେ ଜଣେ ଗିରଫ - NILACHALA SAMACHAR
Article Image

ଘରେ ପଶି ଚୋରି ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଦେବା ଅଭିଯୋଗରେ ଜଣେ ଗିରଫ

🗂 Crime | 🕒 18 Aug 2025, 20:19 IST


ପୁରୀ, ବଳିଆପଣ୍ଡା କେତକୀଝର ଠାରେ ଘରେ ପଶି ସାମଗ୍ରୀ ଚୋରି ଅଭିଯୋଗରେ ବଳିଆପଣ୍ଡା ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ଜଣକ କେତକୀଝରର କାର୍ତ୍ତିକ ଦେବନାଥ ୨୬ l ଅଭିଯୁକ୍ତ ନିକଟରୁ ଆଲୁମିନିୟମ ସାମଗ୍ରୀ ସହ ୧ହଜାର ୫ଶହ ଟଙ୍କା ଜବତ କରାଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ କେତକୀଝରର ଚପଳା ସର୍ଦାର ନାମ୍ନୀ ଜଣେ ମହିଳା ଗତ ୧୪ତାରିଖରେ ଥାନାରେ ଅଭିଯୋଗ କରିଥିଲେ ଯେ ସେ ଗତ ୧୩ ତାରିଖ ସନ୍ଧ୍ୟା ସମୟରେ ତାଙ୍କ ପୁଅକୁ ଆଣିବା ପାଇଁ ବାହାରକୁ ଯାଇଥିଲେ। ରାତି ପ୍ରାୟ ୧୧.୩୦ ଟା ସମୟରେ ତାଙ୍କ ପୁଅ ସହିତ ଘରକୁ ଆସିବା ସମୟରେ ଦେଖିଲେ ଯେ ତାଙ୍କ ଘରର ଆଗ ଦ୍ୱାର ଭଙ୍ଗା ହୋଇଛି ଏବଂ କେହି ଅଜଣା ଅପରାଧୀ ତାଙ୍କ ଘରେ ପଶି କିଛି ବାସନକୁସନ, ଗୋଟିଏ କାନ ଫୁଲ ଏବଂ ନଗଦ ୧୫୦୦ ଟଙ୍କା ଚୋରି କରି ନେଇଛି l ଅଭିଯୁକ୍ତ କାର୍ତ୍ତିକ ଦେବନାଥ ଏବଂ ତାଙ୍କ ସହଯୋଗୀମାନେ ତାଙ୍କ ଘରେ ପଶି ଘରର ତାଲା ଭାଙ୍ଗି କିଛି ବାସନକୁସନ, ଗୋଟିଏ କାନ ଫୁଲ ଏବଂ ନଗଦ ୧୫୦୦ ଶହ ଟଙ୍କା ଚୋରି କରିଥିବା ସେ ଜାଣିବାକୁ ପାଇ ଏନେଇ କାର୍ତ୍ତିକଙ୍କ ମାଆଙ୍କୁ ପଚାରିବାରୁ ସେ କହିଥିଲେ ଯେ ତାଙ୍କ ପୁଅ ତାଙ୍କ ଘରେ ନାହିଁ l ଗତ ୧୪ ସକାଳେ କାର୍ତ୍ତିକ ଦେବନାଥ ତାଙ୍କ ମାଙ୍କ ସହ ହାତରେ ପଥର ଧରି ତାଙ୍କ ପାଖକୁ ଆସି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ଏବଂ ଠେଲାପେଲା କରିଥିଲେ l ଏଥିରେ ସେ ତଳେ ପଡ଼ିଯାଇଥିଲେ। ଏଥିସହ ସେମାନେ ପୋଷାକକୁ ଟଣାଟଣି କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲା ବୋଲି ସେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ 

୧୪୦/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ କାର୍ତ୍ତିକ ଦେବନାଥ (୨୬)କୁ ଗିରଫ କରାଯାଇ ସୋମବାର କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: