ସମୁଦ୍ର ସ୍ନାନ ବେଳେ ଭାସିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । - NILACHALA SAMACHAR
Article Image

ସମୁଦ୍ର ସ୍ନାନ ବେଳେ ଭାସିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

🗂 Local | 🕒 18 Aug 2025, 22:59 IST

ପୁରୀ ସମୁଦ୍ର ସ୍ନାନ ବେଳେ ଭାସିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।ଖବର ନେବାରେ ଜଣାପଡିଛି ଯେ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ର ୫୨ ବର୍ଷୀୟ ତାପସ ଦାସ ତାଙ୍କ ପରିବାର ସହ ପୁରୀ ଆସି ବଳିଆପଣ୍ଡା ସ୍ଥିତ ହୋଟେଲ ରାଜ ସମ୍ମୁଖ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଏକ ଲହଡ଼ି ତାଙ୍କୁ ଭିତରକୁ ଭିଡ଼ି ନେଇଥିଲା ।ପରିବାର ଲୋକ ତାଙ୍କୁ ଉପରକୁ ଆଣିବାକୁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ଉପରକୁ ଆଣିବାରେ ବିଫଳ ହୋଇଥିଲେ ।ଉପସ୍ଥିତ ଥିବା ଲାଇଫ ଗାର୍ଡ ତାଙ୍କୁ ଉଦ୍ଧାରକରୀ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ।ସେଠାରେ ଡାକ୍ତର ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା କରି ମୃତ ଘୋଷଣା କରିଥିଲେ ।ଖବରପାଇ ସମୁଦ୍ରକୂଳ ଥାନା ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି ।

💬 Leave a Comment

🗨️ Approved Comments

No comments yet.

🔗 Share this article: