🗂 Local | 🕒 18 Aug 2025, 23:09 IST
ପୁରୀ, ‘ଯୁବ ସ୍ବାଭିମାନ ଦିବସ’ପରିପ୍ରେକ୍ଷୀରେ ଏକ ରକ୍ତଦାନ ଶିବିର ସ୍ଥାନୀୟ ଡୁଡୁୱାଲା ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସେବାୟତ ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ରୋଟାରି କ୍ଲବ ପୁରୀ ସାଗର ଏବଂ ଆମ ଓଡ଼ିଶା’ର ମିଳିତ ଆନୁକୂଲ୍ୟରେ ମୋଟ ୫୨ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଏହି ଅବସରରେ ଏଠାରେ ମୁଖ୍ୟ ଅତିଥି ଭାବେ ପୁରୀ ଏସ୍ପି ଦାୟିତ୍ବରେ ଥିବା ଡିଆଇଜି ପିନାକ ମିଶ୍ର ଶିବିରରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସେ କହିଥିଲେ, ବିଶାଳ ପୁଲିସ୍ ବାହିନୀରେ ବହୁ ଯୁବକ ରହିଥିବାରୁ ଆମ ନିକଟରେ ମଧ୍ୟ ଏକ ବ୍ଲଡ୍ ବ୍ୟାଙ୍କ ରହିଛି ବୋଲି ସୂଚନା ଦେବା ସହ କାହାର ଆବଶ୍ୟକ ହେଲେ ଆମର ସହଯୋଗ ନେଇପାରିବେ ବୋଲି କହିଛନ୍ତି। ଏଠାରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, ସମାଜସେବୀ ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ଜାନକୀବଲ୍ଲଭ ପଟ୍ଟନାୟକ, କଂଗ୍ରେସ ନେତା ବିଶ୍ବଜିତ ଦାସ, ଶ୍ରୀଜଗନ୍ନାଥ ମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାହିନୀର ଡେପୁଟି କମାଣ୍ଡାଣ୍ଟ କୌଶିକ ନାୟକ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଘନଶ୍ୟାମ ହେମ୍ବ୍ରମ, ସମ୍ବାଦ ସାହିତ୍ୟ ଘରର ସଦସ୍ୟ ତଥା ସମାଜସେବୀ ଡ.ବଦ୍ରି ମିଶ୍ର, ସାଂସ୍କୃତିକ ସଂଗଠକ ଶ୍ୟାମ ପ୍ରକାଶ ସେନାପତି, ରୋଟାରି କ୍ଲବ ପୁରୀ ସାଗରର ସଭାପତି କୃଷ୍ଣଚନ୍ଦ୍ର ସାହୁ, ପ୍ରକାଶ ଚନ୍ଦ୍ର ନାୟକ, ସାମ୍ବାଦିକ ମଧୁସୂଦନ ମିଶ୍ର, ଅକ୍ଷୟ ମିଶ୍ର, ସଞ୍ଜୟ ମହାପତ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାନର ମହତ୍ତ୍ବ ସମ୍ପର୍କରେ କହିଥିଲେ। ଏହି ଅବସରରେ ଏଠାରେ ସମସ୍ତ ରକ୍ତଦାତାଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ପୁରୀ ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ଦୀପକ ସାହୁଙ୍କ ଉପସ୍ଥିତିରେ ମନୋରଂଜନ ଭୋଇ, ପ୍ରୀତିରଂଜନ ନାୟକ, ବିରଞ୍ଚି ନାରାୟଣ ବିଶ୍ବାଳ, ଅମିତ ପାଢ଼ୀ, ପ୍ରିୟାଂଶୁ ଭଞ୍ଜ, ପ୍ରବୀଣ ନାୟକ, ଜିତେନ୍ଦ୍ର ନାୟକ, ରମେଶ ଚନ୍ଦ୍ର ସ୍ବାଇଁ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। ସମ୍ବାଦ ପୁରୀ ଜିଲ୍ଲା ପ୍ରତିନିଧି ବିବୁଧ ମହାନ୍ତି, ସମ୍ବାଦ ଆମ ଓଡ଼ିଶା ପୁରୀ ଜିଲ୍ଲା ସଂଯୋଜକ ଶ୍ୟାମକାହ୍ନା ପଟ୍ଟନାୟକ, କନକ ନିଉଜ ଜିଲ୍ଲା ପ୍ରତିନିଧି ସୀମାଚଳ ପାଢ଼ୀ, ସମ୍ବାଦର ସତ୍ୟନାରାୟଣ ରାଉତରାୟ, ଫଟୋ ସାମ୍ବାଦିକ ସନ୍ତୋଷ ବରାଳ, ଭିଡିଓ ସାମ୍ବାଦିକ ସୁକାନ୍ତ ସ୍ବାଇଁ, ପବିତ୍ର ପୃଷ୍ଟି, ସମ୍ବାଦ ପ୍ରସାରର ସନ୍ତୋଷ ସାହୁ, ବେଣୁଧର ସାହୁ ପ୍ରମୁଖ ରକ୍ତଦାନ ଶିବିର ପରିଚାଳନା କରିଥିଲେ। ଉମାପଦ ମିଶ୍ର, ଶିବଶଙ୍କର ଖୁଣ୍ଟିଆ, ଡାକ୍ତର ମଧୁସ୍ମିତା ଖୁଣ୍ଟିଆ, ଅନିକେଶ ଖୁଣ୍ଟିଆ, ଅବିନାଶ ମିଶ୍ର, ସୁନୀଲ କୁମାର ଜୋଷୀ, ରାଜଶ୍ରୀ ବାରିକ ପ୍ରମୁଖ ସହଯୋଗ କରିଥିଲେ।
No comments yet.