🗂 Local | 🕒 19 Aug 2025, 21:15 IST
ପୁରୀ : ଓଡିଶା ଅବସରପ୍ରାପ୍ତ ବିଦ୍ୟୁତ୍ ଇଞ୍ଜିନିୟର୍ସ ଫୋରମ୍ ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲେ । ମହାପ୍ରଭୁଙ୍କ ଦର୍ଶନ ସହ ଓଡ଼ିଶା ସରକାର ଏବଂ ବିଦ୍ୟୁତ୍ ଉପଯୋଗୀତା ମାନଙ୍କୁ ମାଗଣା ପରାମର୍ଶ ସେବା ପ୍ରଦାନ କରିବାର ପାଇଁ ନୂତନ ମିଶନ ଆରମ୍ଭ ହୋଇଛି । ଇ. ପ୍ରଶାନ୍ତ ପଣ୍ଡା କହିଛନ୍ତି ଯେ, ମିଶନ ଆରମ୍ଭ ପୂର୍ବରୁ ଓଡିଶା ଅବସରପ୍ରାପ୍ତ ବିଦ୍ୟୁତ୍ ଇଞ୍ଜିନିୟର୍ସ ଫୋରମ୍ କର୍ମକର୍ତା ମାନେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଏହା ଘୂର୍ଣ୍ଣିବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦାୟିତ୍ୱ ବହନ କରିବାକୁ ଏବଂ ରାଜ୍ୟର ବିଦ୍ୟୁତ୍ ନେଟୱାର୍କକୁ ସୁଦୃଢ଼ ଏବଂ ଉନ୍ନତ କରିବା ପାଇଁ ସରକାରଙ୍କ ଦ୍ୱାରା ନ୍ୟସ୍ତ ଯେକୌଣସି କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିବା ମଧ୍ୟ ପ୍ରକାଶ କରିଛି। ଓଡିଶାର ବିଦ୍ୟୁତ୍ କ୍ଷେତ୍ରର ଉନ୍ନତି ପାଇଁ ଫୋରମ୍ ସ୍ୱେଚ୍ଛାକୃତ ଭାବରେ ଏହାର ବୈଷୟିକ ବିଶେଷଜ୍ଞତା ବିସ୍ତାର କରିବାକୁ ସଂକଳ୍ପ ନେଇଛି।
No comments yet.