🗂 Crime | 🕒 20 Aug 2025, 00:14 IST
ପୁରୀ, ମରଣାନ୍ତକ ଆକ୍ରମଣ କରି ସ୍କୁଟି ସହ ସୁନା ଜିନିଷ ଲୁଟ ଅଭିଯୋଗରେ ସମୁଦ୍ରକୂଳ ଥାନା ଦ୍ୱାରା ୩ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତମାନେ ହେଲେ ଭିଆଇପି ରୋଡ ଜଗନ୍ନାଥ କଲୋନୀର ପହଲି ଓରଫ ପ୍ରଦୀପ ବେହେରା ୨୫, ସିଟି ରୋଡ ଗୋରାକବର ଲେନର ମୁନା ସେଠୀ ୨୨ ଓ ଚନ୍ଦନହଜୁରୀ ରୋଡ ନିକଟର ମହମ୍ମଦ ଆଲ୍ଲାଉଁଦିନ ୨୭ l ଅଭିଯୁକ୍ତ ମାନଙ୍କ ନିକଟରୁ ୩ହଜାର ଟଙ୍କା ଓ ସ୍କୁଟି ଜବତ କରାଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ବ୍ରହ୍ମଗିରି ଗଡ଼ରୋଡଙ୍ଗ ଅଂଚଳର ବିକ୍ରମ ପ୍ରଧାନ ଗତ ୧୬ତାରିଖ ମଧ୍ୟ ରାତ୍ରରେ ତାଙ୍କର ଓଡି ୧୩ଟି ୩୭୨୭ ନମ୍ବର ବିଶିଷ୍ଟ ସ୍କୁଟି ନେଇ ଯାଉଥିଲେ l ସମୁଦ୍ରକୂଳ ଥାନା ଅଞ୍ଚଳରେ ସ୍କୁଟିରୁ ପେଟ୍ରୋଲ ସରିଯାଇଥିଲା l ସେ ପେଟ୍ରୋଲ ଖୋଜୁଥିଲେ l ଏହି ସମୟରେ ପହଲି ଓରଫ ପ୍ରଦୀପ ବେହେରା ତାଙ୍କୁ ପେଟ୍ରୋଲ ଦେବାପାଇଁ ସହଯୋଗ କରିବା ପାଇଁ କହିଥିଲା l ଏହି ସମୟରେ ଅନ୍ୟ ଦୁଇଜଣ ମୁନା ସେଠୀ ଓ ଆଲ୍ଲାଉଦିନ ସେଠାରେ ପହଂଚିଥିଲେ l ୩ଜଣ ମିଶି ବିକ୍ରମଙ୍କ ପଛପଟୁ ଆକ୍ରମଣ କରିଥିଲେ l ଏହି ଆକ୍ରମଣ ଦ୍ୱାରା ବିକ୍ରମଙ୍କ ମୁଣ୍ଡରୁ ରକ୍ତଶ୍ରାବ ହୋଇଥିଲା l ପରେ 3ଜଣ ଅଭିଯୁକ୍ତ ବିକ୍ରମଙ୍କ ନିକଟରୁ ଦୁଇହଳ ସୁନା କାନଫୁଲ, ମୋବାଇଲ, ୬ହଜାର ଟଙ୍କା ସହ ସ୍କୁଟି ନେଇଯାଇଥିଲେ l. ପରେ ବିକ୍ରମ ଥାନାରେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ ୨୨୬/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ ପରେ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା l
No comments yet.