ମୋବାଇଲ ଲୁଟ ସହ ଆକ୍ରମଣ, ଜଣେ ଗିରଫ - NILACHALA SAMACHAR
Article Image

ମୋବାଇଲ ଲୁଟ ସହ ଆକ୍ରମଣ, ଜଣେ ଗିରଫ

🗂 Crime | 🕒 20 Aug 2025, 00:17 IST


ପୁରୀ, ୧୯/୮ : ମୋବାଇଲ ଲୁଟ କରି ଆକ୍ରମଣ କରିବା ଅଭିଯୋଗରେ ସମୁଦ୍ରକୂଳ ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତର ପରିଚୟ ବ୍ରହ୍ମଗିରି ଥାନା ଅନ୍ତର୍ଗତ ବନ୍ଧମୁଣ୍ଡାର ଚିକୁ ଓରଫ ହରପ୍ରସାଦ ସାହୁ 20 l ଅଭିଯୁକ୍ତ ନିକଟରୁ ମୋବାଇଲ ଜବତ କରାଯାଇଛି l କଳାହାଣ୍ଡି ଜିଲ୍ଲାର ରୋହନ ସରାଫ ଗତ ୪ତାରିଖରେ ଥାନାରେ ଅଭିଯୋଗ କରିଥିଲେ ଯେ ସେ ଗତ ୨ ତାରିଖ ଦିନ ପୁରୀ ଆସିଥିଲେ l ସେ ସମୁଦ୍ରକୂଳ ଅଞ୍ଚଳରେ ଥିବାବେଳେ ତାଙ୍କର ପରିଚିତ ବନ୍ଧମୁଣ୍ଡାର ଚିକୁ ଓରଫ ହରପ୍ରସାଦକୁ ଫୋନ ଯୋଗେଡାକିଥିଲେ l ହରପ୍ରସାଦ ପହଂଚି ତାଙ୍କ ମୋବାଇଲ ଜୋର ଜବରଦସ୍ତ ଛଡାଇ ନେଇ ଟଙ୍କା ଦାବି କରିଥିଲା l ରୋହନ ଟଙ୍କା ନଦେବାରୁ ଅଭିଯୁକ୍ତ ରୋହନକୁ ଧକ୍କା ମାରି ଆକ୍ରମଣ କରିଥିଲା l ଏନେଇ ରୋହନଙ୍କ ଅଭିଯୋଗ କ୍ରମେ ୧୧୭/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ ପରେ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: